ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ଷ ୨୦୨୧ ଓଲିଉଡ଼ ଜଗତ ପାଇଁ ଖୁସି ନେଇ ଆସିଲା। ଚଳିତ ବର୍ଷ ଅନେକ କଳାକାରଙ୍କର ହାତଗଣ୍ଠି ପଡ଼ିଥିଲା। କେତେଜଣ ଚର୍ଚ୍ଚିତ କାଳାକାର ବିବାହ ବନ୍ଧନରେ ବାନ୍ଧି ହୋଇ ସଂସାର ଆରମ୍ଭ କରିଥିଲେ।

ଓଲିଉଡ଼ ପଡ଼ିଲା କଳାକାରଙ୍କର ହାତଗଣ୍ଠି

ଏହି କ୍ଷେତ୍ରରେ ସବୁଠାରୁ ଚର୍ଚ୍ଚିତ ବାହାଘର ଥିଲା ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ଏବଂ ଅଭିନେତା ସବ୍ୟସାଚିଙ୍କର। ଦୀର୍ଘ ବର୍ଷ ହେଲା ଉଭୟେ ପ୍ରେମ ସମ୍ପର୍କରେ ରହିଥିଲେ। ମାର୍ଚ୍ଚ ୧ ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କରୋନା କଟକଣା ଯୋଗୁ ହାତଗଣତି ଆତ୍ମୀୟଙ୍କ ଗହଣରେ ବିବାହ ସମ୍ପନ୍ନ ହୋଇଥିଲା। ରାଜସ୍ଥାନଠାରେ ବିବାହର ସମସ୍ତ ଆୟୋଜନ କରାଯାଇଥିଲା।

ଚଳିତ ବର୍ଷ ଓଲିଉଡ଼ ଜଗତର ଆଉଜଣେ ନାଁକରା ସୁନ୍ଦରୀ ଉପସ୍ଥାପିକା, ଅଭିନେତ୍ରୀ ତଥା ପ୍ରଯୋଜିକା ଗୁନଗୁନ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ନଭେମ୍ବର ୩୦ ତାରିଖରେ ଦୀର୍ଘ ଦିନର ବନ୍ଧୁ ଅଭିସ୍ମିତ ନାୟକଙ୍କୁ ସେ ବିବାହ କରିଥିଲେ।

ଏହା ସହ କଣ୍ଠଶୀଳ୍ପି କୁଲଦୀପ ଦୀର୍ଘଦିନର ପ୍ରେମିକା ଇସ୍ପିତାଙ୍କୁ ଜୀବନ ସାଥୀ କରିଥିଲେ। ଡିସେମ୍ବର ୧୨ ତାରିଖରେ ଉଭୟ ବିବାହ କରିଥିଲେ। ପ୍ରଚ୍ଛଦପଟ ଗାୟିକା ସୋହିନି ମିଶ୍ର ମେ ୯ ତାରିଖରେ ଚାଟାର୍ଡ ଆକାଉଣ୍ଟାଣ୍ଟ ହିମାଂଶୁ ଶେଖର ପତିଙ୍କୁ ବିବାହ କରିଥିଲେ। ଏହି ଡିସେମ୍ବର ୧ ତାରିଖରେ ରାଜେନ୍ଦ୍ର ମହାନ୍ତି ଏବଂ ସୌରିୟା ଦାସ ପରସ୍ପରକୁ ଜୀବନ ସାଥୀ କରିଥିଲେ।

 

Comment