ଓଡ଼ିଶାଲାଇଭ୍ ବ୍ୟୁରୋ

ସେବା ନିବୃତ ହେଉଥିବା ଅଙ୍ଗନଓ୍ଵାଡି କର୍ମୀ ଏବଂ ସହାୟକଙ୍କ ପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି। ଏହା ସହ ଅଙ୍ଗନଓ୍ଵାଡି କର୍ମୀଙ୍କୁ ସବେତନ ଚିକିତ୍ସା ଛୁଟି ମିଳିପାରିବ। ଏହା ଦ୍ଵାରା ୧ ଲକ୍ଷ ୩୦ ହଜାର କର୍ମୀ ଉପକୃତ ହେବେ। ଅଙ୍ଗନଓ୍ଵାଡି ସେବା ଯୋଗାଇବାରେ ରାଜ୍ୟରେ ନିଯୁକ୍ତ ଅଙ୍ଗନଓ୍ଵାଡି କର୍ମୀ, ମିନି ଅଙ୍ଗନଓ୍ଵାଡି କର୍ମୀ ଓ ସହୟିକାମାନେ ୬୨ ବର୍ଷ ବୟସରେ ସେବା ନିବୃତ ହେବା ସମୟରେ ସେମାନଙ୍କୁ ପ୍ରଦାନ କରାଯାଉଥିବା ପ୍ରୋତ୍ସାହନ ରାଶକୁ ବୃଦ୍ଧି କରାଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ଅନଓ୍ଵାଡି କର୍ମୀମାନଙ୍କୁ ସେବା ନିବୃତ ହେବା ସମୟରେ ୨୦ ହଜାର ଟଙ୍କା ପରିବର୍ତ୍ତେ ଏକକାଳୀନ ୪୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ମିନି ଅଙ୍ଗନଓ୍ଵାଡି କର୍ମୀଙ୍କ ପ୍ରୋତ୍ସାହନ ରାଶି ୧୫ ହଜାର ଟଙ୍କାରୁ ବୃଦ୍ଧି ହୋଇ ୩୦ ହଜାର ଟଙ୍କା କରାଯାଇଛି। ସହାୟିକାମାନଙ୍କ ପ୍ରୋତ୍ସାହନ ରାଶି ୧୦ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ନୂତନ ପ୍ରୋତ୍ସାହନ ରାଶି ପିଛିଲା ଭାବେ ୨୦୧୯ ଜାନୁଆରି ପହିଲାଠାରୁ ଲାଗୁ କରାଯାଇଛି।

ବର୍ତ୍ତମାନ ସୁଦ୍ଧା ସେବା ନିବୃତ ହୋଇଥିବା ୧ ହଜାର ୯୯୧ ଜଣ ଅଙ୍ଗନଓ୍ଵାଡି କର୍ମୀ ଓ ସହାୟିକା ଏହା ଦ୍ଵାରା ଉପକୃତ ହେବେ। ଏହା ସହ ଅଙ୍ଗନଓ୍ଵାଡି କର୍ମୀ, ମିନି ଅଙ୍ଗନଓ୍ଵାଡି କର୍ମୀ ଓ ସହାୟିକାମାନେ କାର୍ଯ୍ୟରତ ସମୟରେ ଅସୁସ୍ଥ ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ସେମାନଙ୍କୁ ସବୈତନିକ ଚିକିତ୍ସା ଛୁଟି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here