ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ପାଇଁ ଏବଂ ସମଗ୍ର ଫିଲ୍ମ ଜଗତ ଆଉ ସିନେପ୍ରେମୀଙ୍କ ପାଇଁ ବଡ଼ ଦୁଃଖଦ ଖବର। ମଙ୍ଗଳବାର ଅପରାହ୍ଣ ୩ଟା ୨୦ ମିନିଟରେ ବର୍ଷିଆନ ଅଭିନେତା ମିହିର ଦାସଙ୍କର ପରଲୋକ ଘଟିଛି। କୀଡନି ଜନିତ ରୋଗରେ ପୀଡ଼ିତ ହୋଇ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏକ ମାସରୁ ଊର୍ଦ୍ଧ୍ଵ ସମୟ ସେ ଚିକିତ୍ସିତ ହେଉଥିଲେ। ଆଜି ଶେଷରେ ଜୀବନ ଯୁଦ୍ଧସେ ଶେଷସେ ହାରି ଗଲେ ମିହିର ଦାସ।ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ମିହିର ଦାସ ଏମିତି ଜଣେ ଅଭିନେତା ଥିଲେ ଯିଏ ସବୁ ପ୍ରକାର ଚରିତ୍ରକୁ ବେଶ୍ ନିଖୁଣ ଭାବେ ତୁଲାଇ ପାରୁଥିଲେ। ତାଙ୍କର ଦମଦାର ଅଭିୟନରେ ସିନେପ୍ରେମୀଙ୍କୁ ବାନ୍ଧି ରଖୁଥିଲେ। ସିନେ ଜଗତର ମଲ୍ଟି ଟ୍ୟାଲେଣ୍ଟେଡ ଅଭିନେତା ଥିଲେ ମିହିର ଦାସ। କେତେବେଳେ ଗମ୍ଭୀର ଚରିତ୍ରରେ ରହି ଲୋକଙ୍କୁ କନ୍ଦାଉ ଥିଲେ ତ କେତେ ବେଳେ କମେଡ଼ିଆନ ହୋଇ ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିଲେ। ଓଡ଼ିଆ ଫିଲ୍ମ ଜଗତର ସେ ହେଉଛନ୍ତି ଏକ ମାତ୍ର ଅଭିନେତା ଯିଏ ନାୟକ, ଖଳନାୟକ, କମେଡି, ସହକଳାକାର ଆଦି ଚଳିତ୍ରରେ ନିଜର ଅଭିନୟର ଯାଦୁ ଦେଖାଉଥିଲେ। କେବଳ ଫିଲ୍ମ ନୁହେଁ ଧାରାବାହିକ ଏବଂ ନାଟକରେ ମଧ୍ୟ ନିଜର ଅଭିନୟର ଯାଦୁ ଝଲସାଇଛନ୍ତି ସେ।

ମିହିର ଦାସଙ୍କ ବିୟୋଗରେ ଫିଲ୍ମ ଜଗତ ପାଇଁ ଅପୂରଣୀୟ କ୍ଷତି ହୋଇଛି। ଖାଲି ଫିଲ୍ମ ଜଗତ ନୁହେଁ ଓଡ଼ିଶା ତଥା ଓଡ଼ିଆ ସିନେ ପ୍ରେମୀଙ୍କ ପାଇଁ ଏହା ବଡ଼ ଦୁଃଖଦ ଖବର। ଡାକ୍ତରଖାନାରେ ଭର୍ତ୍ତି ହେବାର ୧୫ ଦିନ ପରେ ସେ ଶୀଘ୍ର ସୁସ୍ଥ ହୋଇ ଆସୁଥିଲେ। ଏକ ସପ୍ତାହ ହେଲା ତାଙ୍କ ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ନଆସିବାରୁ ତାଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପରିବାର ଲୋକେ ଚିନ୍ତା କରୁଥିଲେ। କିନ୍ତୁ ଆଜି ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରୁ ଶୋକର ବାର୍ତ୍ତା ଛୁଟି ଆସୁଛି। ଅନେକ ସହ କଳାକାର ଓ ମିହିରଙ୍କ ପ୍ରଶଂସକ ତାଙ୍କ ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି।

Comment