ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତୀୟ ଦକ୍ଷତା ବିକାଶ ନିଗମ ଦ୍ୱାରା ଆୟୋଜିତ ଇଣ୍ଡିଆ ସ୍କିଲସ୍ ୨୦୨୧ରେ ଓଡ଼ିଶା ୫୧ଟି ପଦକ ହାସଲ କରି ଶୀର୍ଷରେ ରହିଛି। ଏଥିରେ ୧୦ଟି ସ୍ୱର୍ଣ୍ଣ, ୧୮ଟି ରୌପ୍ୟ, ୯ଟି ବ୍ରୋଞ୍ଜ ପଦକ ଏବଂ ୧୪ଟି ଉତ୍କର୍ଷ ପଦକ ରହିଛି। ଏମାନଙ୍କ ମଧ୍ୟରେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ଦୁଇଛାତ୍ରଙ୍କୁ ସ୍ଵର୍ଣ୍ଣ ଏବଂ ଜଣକୁ ବ୍ରୋଞ୍ଜ ପଦକ ମିଳିଛି। ଏହି ଛାତ୍ରଛାତ୍ରୀମାନେ ୨୦୨୨ରେ ସାଂଘାଇଠାରେ ଆନୁଷ୍ଠିତ ହେବାକୁଥିବା ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

ବିଏସସି ମାଇକ୍ରୋବାୟୋଲୋଜିର ଛାତ୍ରୀ ଜେ. ଲାବଣ୍ୟା ସ୍ୱାସ୍ଥ୍ୟ ଏବଂ ସାମାଜିକ ଯତ୍ନରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ସହ ସତ୍ୟରଞ୍ଜନ ମହାନ୍ତି ସିଏନସି ଟର୍ଣ୍ଣିଂରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଏବଂ କାଠ କାର୍ଯ୍ୟରେ ହ୍ରିତିକ ପାତ୍ରଙ୍କୁ ବ୍ରୋଞ୍ଜ ପଦକ ହାସଲ ହୋଇଛି।

ଲାବଣ୍ୟା, ରଞ୍ଜନ ଏବଂ ହ୍ରିତିକ ସ୍ୱାସ୍ଥ୍ୟ ଏବଂ ସାମାଜିକ ଯତ୍ନ, ସିଏନସି ଟର୍ଣ୍ଣିଂ, କାଠ କାର୍ଯ୍ୟ, ସାଇବର ସୁରକ୍ଷା, କ୍ଲାଉଡ୍ କମ୍ପ୍ୟୁଟିଂ ଏବଂ ଥ୍ରୀଡି ଡିଜିଟାଲ୍ ଗେମ୍ ଆର୍ଟ ଭଳି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଲାଭଣ୍ୟା ଏହି ସଫଳତା ପାଇଁ ସ୍କୁଲ ଅଫ୍ ପାରାମେଡିକ୍ସର ଅତ୍ୟାଧୁନିକ ପ୍ରୟୋଗଶାଳା ଏବଂ ମାର୍ଗଦର୍ଶକଙ୍କୁ ଶ୍ରେୟ ଦେଇଛନ୍ତି।

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ମୁଖ୍ୟତଃ ସ୍କିଲ୍ ଇଣ୍ଟିଗ୍ରେଟେଡ୍ ଉଚ୍ଚଶିକ୍ଷା ଉପରେ ଧ୍ୟାନ ଦେବା ସହ ବିଶ୍ୱସ୍ତରରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ସମସ୍ତ ସୁବିଧା ଯୋଗାଇଥାଏ। ଜାତୀୟ ଦକ୍ଷତା ବିକାଶ ନିଗମ(ଏନଏସଡିସି) ଦିଲ୍ଲୀଠାରେ ୨୦୨୨ ଜାନୁଆରି ୭ରୁ ୯ ତାରିଖ  ପର୍ଯ୍ୟନ୍ତ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରବିବାର ଶେଷ ହୋଇଥିବା ଦେଶର ଶ୍ରେଷ୍ଠ ଦକ୍ଷତା ପ୍ରତିଯୋଗିତାରେ ଓଡ଼ିଶା ୧୦ଟି ସ୍ୱର୍ଣ୍ଣ, ୧୮ଟି ରୌପ୍ୟ, ୯ଟି ବ୍ରୋଞ୍ଜ ପଦକ ଏବଂ ୧୪ଟି ଉତ୍କର୍ଷ ପଦକ ହାସଲ କରିଛି ।

Comment