ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଜୁନ ମାସରେ କଟକ ବାରବାଟୀଠାରେ ଖେଳାଯିବ ଟି-ଟ୍ଵେଣ୍ଟି ମ୍ୟାଚ୍। ଏହି ମ୍ୟାଚ୍‌ରେ ଓ୍ଵେଷ୍ଟ ଇଣ୍ଡିଜକୁ ଭେଟିବ ଟିମ୍ ଇଣ୍ଡିଆ। ଆସନ୍ତା ଫେବ୍ରୁଆରି ୧୫ ତାରିଖରେ ହେବାକୁ ଥିବା ଟି-ଟ୍ଵେଣ୍ଟି ମ୍ୟାଚ ବାତିଲ ହେବା ପରେ ମ୍ୟାଚ୍ ପାଇଁ ପରବର୍ତ୍ତୀ ସମୟ ଧାର୍ଯ୍ୟ କରାଯାଇଛି। ଏ ନେଇ ଶୁକ୍ରବାର ସୂଚନା ଦେଇଛନ୍ତି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ସମ୍ପାଦକ ସଂଜୟ ବେହେରା।

ଆସନ୍ତା ଫେବ୍ରୁଆରି ୧୫ ତାରିଖରେ ବାରବାଟୀରେ ଟି-ଟ୍ଵେଣ୍ଟି ମ୍ୟାଚ୍ ଖେଳାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହି ମ୍ୟାଚ ବର୍ତ୍ତମାନ ବାତିଲ କରାଯାଇଛି। ଆସନ୍ତା ଜୁନ ମାସରେ ଭାରତ-ଓ୍ଵେଷ୍ଟ ଇଣ୍ଡିଜ ମଧ୍ୟରେ ମ୍ୟାଚ ଖେଳା ଯିବ। ଏ ସମ୍ପର୍କରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ଆଲୋଚନା କରାଯାଇ ଥିବା କହିଛନ୍ତି ଓସିଏ ସମ୍ପାଦକ ସଂଜୟ ବେହେରା।

କଟକ ବାରବାଟୀ ଷ୍ଟାଡିୟମରେ ୨୦୨୨ ଫେବ୍ରୁଆରି ୧୫ରେ ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବା ନେଇ ଗତ ୨୦୨୧ ମସିହା ସେପ୍ଟେମ୍ବର ୨୦ ତାରିଖରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଥିଲେ। ଦୀର୍ଘ ଦିନ ହେବ ଓଡ଼ିଶାରେ ଟି-ଟ୍ୱେଣ୍ଟି ମ୍ୟାଚ ଖେଳା ଯାଇନଥିଲା। ଫେବ୍ରୁଆରି ୧୫ରେ ଟି-ଟ୍ୱେଣ୍ଟି ମ୍ୟାଚ ପାଇଁ ତାରିଖ ଘୋଷଣା ହେବା ପରେ ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।

Comment