ଓଡ଼ିଶାଲାଇଭ୍ ବ୍ୟୁରୋ

ଏମ୍‌ପି ବିର୍ଲା ଗ୍ରୁପ୍‌ର ଫ୍ଲାଗସିପ କମ୍ପାନି ଆରସିସିପିଏଲ ପ୍ରାଇଭେଟ ଲିମିଟେଡର ପ୍ରଥମ ଧଳା ସିମେଣ୍ଟ ଯୁକ୍ତ ୱାଲ୍ ପୁଟ୍ଟି ପ୍ଲାଣ୍ଟ୍ ମଧ୍ୟପ୍ରଦେଶର ମହାରାଠାରେ ଉଦ୍‌ଘାଟିତ ହୋଇଛି। ଏହା ଦ୍ୱାରା ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନରେ ବ୍ୟବସାୟ କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି। ନୂଆକରି ଆରମ୍ଭ ହୋଇଥିବା ଏହି କମ୍ପାନିର ବାର୍ଷିକ ଉତ୍ପାଦନ କ୍ଷମତା ରହିଛି ପ୍ରାୟ ୨୦ ନିୟୁତ ଟନ।ବିର୍ଲା କର୍ପୋରେସନ ଲିମିଟେଡ୍ ଗତ ତିନିବର୍ଷ ଧରି ପରଫେକ୍ଟ ପ୍ଲସ୍ ୱାଲ ପୁଟ୍ଟି ବ୍ରାଣ୍ଡ ନାମରେ ୱାଲ ପୁଟ୍ଟି ବ୍ୟବସାୟ ଜାରି ରଖିଛି। ଏହା ପ୍ରିମିୟମ ଗୁଣବତା ସହିତ ଜଳ ପ୍ରତିରୋଧକ ୱାଲ ପୁଟ୍ଟି ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି। ଫଳରେ ୨୦୨୦-୨୧ ଆର୍ଥିକ ବର୍ଷରେ କମ୍ପାନିର ବ୍ୟବସାୟ ୬,୭୮୫ କୋଟି ଟଙ୍କା ଥିବାବେଳେ ନିଟ ଲାଭ ୬୩୦.୧୪ କୋଟି ଟଙ୍କା ଥିବା କମ୍ପାନି ସୂତ୍ରରୁ ସୂଚନା ମିଳିଛି।  ବିର୍ଲା କର୍ପୋରେସନ ଲିମିଟେଡ ଏମ୍‌ପି ବିର୍ଲା ଗ୍ରୁପର ଫ୍ଲାଗସିପ କମ୍ପାନି। ୧୯୧୯ରେ ଏହା ବ୍ୟବସାୟ ଦୁନିଆରେ କାର୍ଯ୍ୟ ଆରମ୍ଭ କରିଥିଲା। କମ୍ପାନି ଏବଂ ଏହାର ସମ୍ପୂର୍ଣ୍ଣ ମାଲିକାନା ସହାୟକ କମ୍ପାନି ଆରସିସିପିଏଲ ପ୍ରାଇଭେଟ ଲିମିଟେଡ ଏବେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗର ଆଠଟି ସ୍ଥାନରେ ୧୧ଟି ସିମେଣ୍ଟ ପ୍ଲାଣ୍ଟ୍ ସ୍ଥାପନ କରିଛି। ଏସବୁ କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ପ୍ରାୟ ୨୦ ନିୟୁତ ଟନ ରହିଛି।

Comment