ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଗତ ରବିବାର ଶେଷ ହୋଇଛି। ତୃତୀୟ ପର୍ଯ୍ୟାୟରେ ୭୧ ପ୍ରତିଶତ ମତଦାନ କରିଛନ୍ତି ଭୋଟର। ଏନେଇ ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ତୃତୀୟ ପର୍ଯ୍ୟାୟରେ ୨୯ଟି ଜିଲ୍ଲାର ୬୩ଟି ବ୍ଲକ, ୧,୩୮୨ ଟି ଗ୍ରାମ ପଞ୍ଚାୟତରେ ମତଦାନ ହୋଇଥିଲା। ମୋଟ ୧୭୧ଟି ଜିଲ୍ଲା ପରିଷଦ ଆସନ ପାଇଁ ମତଦନ କରିଥିଲେ ଭୋଟର।

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ୭୭.୨ ପ୍ରତିଶତ ମତଦାନ ହୋଇଥିଲାବେଳେ ଦ୍ଵିତୀୟ ପର୍ଯ୍ୟାୟରେ ମୋଟ ୭୮.୩ ପ୍ରତିଶତ ମତଦାନ ହୋଇଥିଲା। ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ପର୍ଯ୍ୟାୟ ମତଦାନ ସମୟରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା। ନିର୍ବାଚନୀ ହିଂସା ଯୋଗୁଁ କେତେକ ବୁଥରେ ଭୋଟ ଗ୍ରହଣ ବାଧାପ୍ରାପ୍ତ ହୋଇଥିବାରୁ ସମ୍ପୃକ୍ତ ସ୍ଥାନରେ ପୁନର୍ବାର ନିର୍ବାଚନ କରିବାକୁ ଜିଲ୍ଲାପାଳମାନେ ନିର୍ବାଚନ କମିଶନଙ୍କୁ ପ୍ରସ୍ତାବ ଦେଇଛନ୍ତି।

ନିର୍ବାଚନ ସମୟରେ ବାରମ୍ବାର ହିଂସା ଘଟୁଥିବାରୁ ମତଦାନ କେନ୍ଦ୍ରଗୁଡ଼ିକରେ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ତଥାପି ତୃତୀୟ ପର୍ଯ୍ୟାୟରେ ମତଦାନ ସମୟରେ ଗଣ୍ଡଗୋଳ ପରିସ୍ଥିତି ଉପୁଜିଛି। ଆଗକୁ ଆଉ ଦୁଇଟି ପର୍ଯ୍ୟାୟ ନିର୍ବଚାନ ଲାଗି ମତଦାନ ଥିବାରୁ ଗଣ୍ଡଗୋଳ ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Comment