ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରରେ ଏବେ ଉବଲବ୍ଧ ହେଉଛି ପେଶଓ୍ଵାରି ମେନୁର ସୁସ୍ଵାଦୁ ଖାଦ୍ୟ। ଡାଲ ବୁଖାରା, ନାନ ବୁଖାରା ଭଳି ଉତ୍ତର-ପଶ୍ଚିମ ଭାରତର ଏହି ପାରମ୍ପରିକ ଖାଦ୍ୟର ପସରା ଗ୍ରାହକଙ୍କ ପାଇଁ ନେଇ ଆସିଛି ଆଇଟିସି ବ୍ରାଣ୍ଡର ୱେଲକମ ହୋଟେଲ।ଏଠାରେ ଉଭୟ ଶାକାହାରୀ ଏବଂ ଅଣ-ଶାକାହାରୀ ଖାଦ୍ୟ ଖାଇବାକୁ ପସନ୍ଦ କରୁଥିବା ଗ୍ରାହକମାନେ କବାବ ସହିତ ମାଟି ଚୁଲିରେ ରନ୍ଧା ରୁଟିର ଭରପୁର ଆନନ୍ଦ ଉପଭୋଗ କରିପାରିବେ।  ପେଶାୱାରି ମେନୁର ପ୍ରତ୍ୟେକ ରେସିପିକୁ ନିଆରା କରିବାକୁ ଓ୍ଵେଲକମ ହୋଟେଲ ଚେଷ୍ଟା କରିଛି। ଏଠାକାର ସ୍ଵତନ୍ତ୍ରତା ହେଉଛି ଡାଲ ବୁଖାରା ମେନୁରେ କଳା ମସୁର ଡାଲି, ଟମାଟୋ, ଅଦା ଏବଂ ରସୁଣକୁ ନେଇ ସୁସ୍ଵାଦୁ ଡିସ୍। ଏହାକୁ ରନ୍ଧାଯାଇ ତନ୍ଦୁରର କୋଇଲା ନିଆଁରେ ୧୮ ଘଣ୍ଟା ପର୍ଯ୍ୟନ୍ତ ରଖି ପ୍ରସ୍ତୁତ କରାଯାଏ। ଏହା ସହିତ ଏଠାକାର ଅନ୍ୟ ଏକ ସୁସ୍ଵାଦୁ ଖାଦ୍ୟ ହେଲା ନାନ ବୁଖାରା। ଏହାର ସ୍ଵତନ୍ତ୍ରତା ହେଲା ପ୍ରାୟ ୪ ଫୁଟରୁ ଲମ୍ଵ ଆକାରରେ ପ୍ରସ୍ତୁତ କରି ଗ୍ରାହକଙ୍କୁ ଏହା ପରସା ଯାଉଛି।

Comment