ଓଡ଼ିଶାଲାଇଭ୍ ବ୍ୟୁରୋ

ରୁଷ-ୟୁକ୍ରେନ ମଧ୍ୟରେ ଲାଗି ଥିବା ଯୁଦ୍ଧ ଆଜି ଷଷ୍ଠ ଦିନରେ ପହଞ୍ଚିଛି। ୟୁକ୍ରେନ ରାଜଧାନୀ କ୍ଵିଭକୁ ନିଜ କବ୍ଜାକୁ ନେବାକୁ ରୁଷ ନିରନ୍ତର ପ୍ରୟାସ ଜାରି ରଖିଛି। ଯୁଦ୍ଧ ଭୟରେ ଜୀବନ ବଞ୍ଚାଇବାକୁ ଦେଶ ଛାଡ଼ିବାରେ ଲାଗିଛନ୍ତି ୟୁକ୍ରେନ ବାସିନ୍ଦା।
- ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଭୟରେ ଦେଶ ଛାଡୁଛନ୍ତି ଲୋକେ
- ୨୪ ଘଣ୍ଟାରେ ପ୍ରାୟ ଏକ ଲକ୍ଷ ଲୋକ ପୋଲାଣ୍ଡ-ୟୁକ୍ରେନ ସୀମା ଦେଇ ପଳାୟନ କରିଥିବା କହିଛନ୍ତି ପୋଲାଣ୍ଡ ସରକାର
- ରୁଷର ୨୯ ଏୟାରକ୍ରାଫ୍ଟ ଖସାଇଲା ୟୁକ୍ରେନ
- ଆଖି ପିଛୁଳାକେ ଖାରକିଭର ସରକାରୀ ମୁଖ୍ୟକାର୍ଯ୍ୟାଳୟ ଉଡ଼ାଇଲା ରୁଷ
- ଖାରକିଭ, କ୍ଵିଭ ଏବଂ ଚେର୍ନିହାଇଭରେ ତୋପ ବର୍ଷା କରୁଛନ୍ତି ରୁଷ ସେନା
- ଆକାଶ ମାର୍ଗରୁ ରୁଷ ସେନାଙ୍କ ଆକ୍ରମଣ ଜାରି
- କ୍ଵିଭରେ ବମ ସେଲଟରରେ ଲୁଚି ରହିଛନ୍ତି ଶିଶୁ
- ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବ ବାୟୁସେନା ବିମାନ
- ରୁଷର ୧୦୦ଟି ଟ୍ୟାଙ୍କ ଏବଂ ୨୦ ସେନା ଯାନ ଧ୍ଵଂସ କଲା ୟୁକ୍ରେନ
- ୟୁକ୍ରେନର ଖାରକିଭ ସହରରେ ରୁଷ ସେନାଙ୍କ ବୋମା ମାଡ଼ ଜାରି
- ୟୁକ୍ରେନର ମିଲିଟାରି ବେସ ଉଡ଼ାଇଲେ ରୁଷ ସେନା
- ଯୁଦ୍ଧରେ ୭୦ରୁ ଊର୍ଦ୍ଧ୍ଵ ୟୁକ୍ରେନ ସେନାଙ୍କ ମୃତ୍ୟୁ
- ୟୁକ୍ରେନକୁ ୭୦ଟି ଫାଇଟର ଜେଟ୍ ଦେବ ୟୁରୋପୀୟନ ୟୁନିଅନ
- ୟୁକ୍ରେନ-ପୋଲାଣ୍ଡ ବର୍ଡରରେ ଅସହାୟ ଅବସ୍ଥରେ ଅଛନ୍ତି ଭାରତୀୟ ଛାତ୍ରଛାତ୍ରୀ
- ୟୁକ୍ରେନର ବିଭିନ୍ନ ସହରରେ ଏୟାର ରେଡ ଆଲର୍ଟ
- ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କଠାରୁ ବ୍ଲାକ ବେଲ୍ଟ ଉପାଧି ଫେରସ୍ତ ନେଲା ଓ୍ବାର୍ଲ୍ଡ ଟାଇକୁଣ୍ଡ
- ୟୁକ୍ରେନରୁ୧୮୨ ଛାତ୍ରଛାତ୍ରୀଙ୍କୁ ଧରି ଭାରତ ଆସୁଛି ଅପରେସନ ଗଙ୍ଗା ଫ୍ଲାଇଟ
- ୟୁକ୍ରେନକୁ ଆଣ୍ଟି ଟ୍ୟାଙ୍କ ଅସ୍ତ୍ରଶସ୍ତ୍ର ଦେବ କାନାଡ଼ା
- ରୁଷ-ବେଲାରୁଷ ଟିମକୁ ସସପେଣ୍ଡ କଲା ଇଣ୍ଟରନ୍ୟାସନାଲ ଆଇସ ହକି



















