ଓଡ଼ିଶାଲାଇଭ ବ୍ୟୁରୋ

 

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମାର୍ଚ୍ଚ ୪ରେ ମୋହାଲୀରେ ଖେଳା ଯିବାକୁ ଥିବା ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ବିରାଟ କୋହଲୀଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ୍ ମ୍ୟାଚ ହେବାକୁ ଯାଉଛି। ଏହି ମ୍ୟାଚ୍ ପୂର୍ବରୁ ବିସିସିଆଇ ମଧ୍ୟ ଖେଳର ମଜା ଉଠାଇବା ପାଇଁ ୫୦ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମରେ ବସି ଖେଳ ଦେଖିବାକୁ ଅନୁମତି ଦେଇଛି।

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲୀଙ୍କ ପାଇଁ ମାର୍ଚ୍ଚ ୪ରେ ମୋହଲୀରେ ଖେଳା ଯିବାକୁ ଥିବା ଟେଷ୍ଟ ମ୍ୟାଚ୍ ଖୁବ ଗୁରୁତ୍ଵପୂର୍ଣ୍ଣ ହେବାକୁ ଯାଉଛି। କେବଳ ବିରାଟଙ୍କ ପାଇଁ ନୁହେଁ ବରଂ ଭାରତୀୟ କ୍ରିକେଟ ଦଳ ପାଇଁ ଏହା ଏକ ଖାସ ମୂହୁର୍ତ୍ତ ହେବାକୁ ଯାଉଛି, କାରଣ ବର୍ତ୍ତମାନ ସମୟର ସବୁଠୁ ବଡ଼ କ୍ରିକେଟ ତାରକା ବିରାଟ କୋହଲୀ ନିଜ ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛନ୍ତି। ବିରାଟଙ୍କ କ୍ରିକେଟ କ୍ୟାରିୟରର ଏହି ମୂହୁର୍ତ୍ତକୁ ଐତିହାସିକ କରିବା କରିବା ବିସିସିଆଇ ଖାସ ପ୍ରସ୍ତୁତି କରିଛି।

ବିରାଟଙ୍କ ପୂର୍ବରୁ ୧୧ ଜଣ ଖେଳୀଳି ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳିସାରିଛନ୍ତି। ବିରାଟ ଦ୍ୱାଦଶ ଖେଳାଳି ଭାବେ ଏହି କୀର୍ତ୍ତିମାନ ହାସଲ କରିବେ। ତେବେ ଏହି ଟେଷ୍ଟ ମ୍ୟାଚରେ ବିରାଟ ଯଦି ୩୮ ରନ ସ୍କୋର୍ କରିବାରେ ସକ୍ଷମ ହୁଅନ୍ତି ତେବେ ତାଙ୍କ କ୍ରିକେଟ କ୍ୟାରିଅରରେ ଆଉ ଏକ ବଡ଼ ରେକର୍ଡ ଯୋଡ଼ିହେବ। ସବୁଠାରୁ ଦ୍ରୁତ ୮୦୦୦ ରନ୍ କରିଥିବା ପଞ୍ଚମ ଭାରତୀୟ ବ୍ୟାଟସ୍ ମ୍ୟାନ ହେବାର ରେକର୍ଟ କରିପାରିବେ ବିରାଟ। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ସୁନୀଲ ଗାଭାସ୍କର, ବିରେନ୍ଦ୍ର ସେହ୍ୱାଗ ଓ ଭିଭିଏସ ଲକ୍ଷ୍ଣଣ ଏହି ସଫଳତା ହାସଲ କରିଛନ୍ତି।

ବିରାଟ ଗତ ଦୁଇବର୍ଷ ହେଲା କୌଣସି ମ୍ୟାଚରେ ଶତକ ହାସଲ କରିନାହାନ୍ତି। ଶେଷଥର ପାଇଁ ୨୦୧୯ରେ ସେ ବାଲାଂଦେଶ ବିପକ୍ଷରେ ଶତକ କରିଥିଲେ।

ଶ୍ରୀଲଙ୍କା ବିପକ୍ଷରେ ବିରାଟଙ୍କ ରେକର୍ଡ ଦମଦାର ରହିଛି। ଶ୍ରୀଲଙ୍କା ଯେତେବେଳେ ଶେଷ ଥର ପାଇଁ ଭାରତ ଗସ୍ତ କରିଥିଲା ସେତେବେଳେ ବିରାଟ ୩ରେ ମ୍ୟାଚରୁ ୬୧୦ ରନ୍ କରିଥିଲେ। ଏହି ସିରିଜରେ ସେ ନାଗପୁରରେ ୨୧୩ ଓ ଦିଲ୍ଲୀରେ ୨୪୩ ରନ୍ କରିଥିଲେ। ସେ ଶ୍ରୀଲଙ୍କା ବିପକ୍ଷରେ ଲଗାତର ତିନୋଟି ଶତକ ମଧ୍ୟ ଲଗାଇଥିଲେ। ତେବେ ମାର୍ଚ୍ଚ ୪ରେ ମୋହାଲୀରେ ହେବାକୁ ଥିବା ଚେଷ୍ଟ ମ୍ୟାଚରେ ବିରାଟଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର।

Comment