ଓଡ଼ିଶାଲାଇଭ୍ ବ୍ୟୁରୋ

୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ୨୦୨୨ରେ କଂଗ୍ରେସକୁ ପରାଜୟର ମୁହଁ ଦେଖିବାକୁ ମିଳିଥିଲା। ଏହା ପରେ ସମସ୍ତ ୫ ରାଜ୍ୟର କଂଗ୍ରେସ ସଭାପତିଙ୍କୁ ଇସ୍ତଫା ଦେବା ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିର୍ଦ୍ଦେଶ ଦେଇଥିଲେ। ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶ ପରେ ପଞ୍ଜାବର କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂ ସିଦ୍ଧୁ। ନିଜ ଇସ୍ତଫା ସମ୍ପର୍କରେ ସେ ଟ୍ଵିଟ କରି ଜଣାଇଛନ୍ତି।

ବିଧାନସଭା ନିର୍ବାଚନ ୨୦୨୨ରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ଅସ୍ତିତ୍ଵ ମାଟିରେ ମିସାଇଛି ଆମ ଆଦମୀ ପାର୍ଟି। ନିଜର ହଜି ଯାଉଥିବା ସତ୍ତାକୁ ପୁଣି ଫେରିପାଇବାକୁ ଆଶା ରଖିଥିବା କଂଗ୍ରେସକୁ ଏଥର ବି ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା।

ନିଜର ପରାଜୟ ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦାୟୀ କରିଛନ୍ତି ସମସ୍ତ ୫ ରାଜ୍ୟର କଂଗ୍ରେସ ସଭାପତିମାନଙ୍କୁ। କେବଳ ସେତିକି ନୁହେଁ ସବୁ ରାଜ୍ୟର କଂଗ୍ରେସ ସଭାପତିମାନଙ୍କୁ ପଦ ଛାଡ଼ିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ସୋନିଆ। ଇତି ମଧ୍ୟରେ ପଞ୍ଜାବର କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ନିଜ ବଦବୀର ଇସ୍ତଫା ଦେଇଛନ୍ତି।

ନବଜୋତ ସିଂ ସିଦ୍ଧୁ ଟ୍ଵିଟ କରି ନିଜ ପଦବୀରୁ ଇସ୍ତଫା ଦେଇଥିବା ନେଇ ସୂଚନା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଇଚ୍ଛା ଅନୁସାରେ ସେ ପଞ୍ଜାବ କଂଗ୍ରେସର ସଭାପତି ପଦବୀରୁ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି। ମାତ୍ର କେଇ ଶବ୍ଦରେ ସେ ନିଜ ଇସ୍ତଫା ପତ୍ର ଲେଖିଛନ୍ତି। ଏହି ଇସ୍ତଫା ପତ୍ରରେ ପଞ୍ଜାବ ନିର୍ବାଚନକୁ ନେଇ କିଛି ଉଲ୍ଲେଖ କରାଯାଇ ନାହିଁ।

ସୋନିଆ ଗାନ୍ଧୀ ଇସ୍ତଫା ଦାବି କରିଥିଲେ

ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସକୁ ପରାଜୟ ମିଳିଥିଲା। ଏହି ହାରକୁ ନେଇ ଗତ ରବିବାର ଦଳ ପକ୍ଷରୁ ଏକ ବୈଠକ ଡକାଯାଇଥିଲା। ଏହା ପରେ ସମସ୍ତ ୫ ରାଜ୍ୟର କଂଗ୍ରେସ ମୁଖିଆମାନଙ୍କୁ ଇସ୍ତଫା ଦେବା ପାଇଁ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିର୍ଦ୍ଦେଶ ଦେଇଥିଲେ।

ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡର କଂଗ୍ରେସ ସଭାପତି ପଦ ଛାଡ଼ିଲେ

ସୋନିଆ ଗାନ୍ଧୀଙ୍କ ଏହି ନିର୍ଦ୍ଦେଶ ପରେ ପରେ ଉତ୍ତର ପ୍ରଦେଶର କଂଗ୍ରେସ କମିଟି ସଭାପତି ପଦବୀରୁ ଇସ୍ତଫା ଦେଇଛନ୍ତି ଅଜୟ କୁମାର ଲଲ୍ଲୁ। ସେ ନୈତିକତା ଦୃଷ୍ଟିରୁ ନିଜ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି। ଏହା ସହ ଉତ୍ତରାଖଣ୍ଡର କଂଗ୍ରେସ ସଭାପତି ଗଣେଶ ଗୋଦିୟାଲ ନିଜ ବଦବୀରୁ ଇସ୍ତଫା ଦେଇଥିଲେ।

Tag: #AssemblyElection #PujabElection #PunjabAssemblyElection2022 #PunjabCongress president #NavjotSinghSiddhu #SiddhuResigns

LEAVE A REPLY

Please enter your comment!
Please enter your name here