ଓଡ଼ିଶାଲାଇଭ୍ ବ୍ୟୁରୋ

ମିସ୍ ୱାର୍ଲ୍ଡ ୨୦୨୧ର ଫଳାଫଳ ଆସିଯାଇଛି। ପ୍ୟୁର୍ଟୋ ରିକୋଠାରେ ଅନୁଷ୍ଠିତ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ମିସ୍ ୱାର୍ଲ୍ଡର ମୁକୁଟ ଜିତିଛନ୍ତି ପୋଲାଣ୍ଡ ସୁନ୍ଦରୀ କେରୋଲିନା ବିଲାଭସ୍କା। ଗୁରୁବାର ଜମୈକାର ଟୋନୀ-ଏନ୍ ସିଂହ ମିସ୍ ୱାର୍ଲ୍ଡ ୨୦୨୧ ବିଜେତା କେରୋଲିନା ବିଲାଭସ୍କାଙ୍କୁ ମୁକୁଟ ପିନ୍ଧାଇଛନ୍ତି।

କେରୋଲିନା ବିଲାଭସ୍କା ଏହି ପ୍ରତିଯୋଗିତାର ବିଜେତା ହୋଇଥିବାବେଳେ ପ୍ରଥମ ରନର୍ ଅପ୍ ହୋଇଛନ୍ତି ଆମେରିକାର ଶ୍ରୀ ସୈନି ଏବଂ ଦ୍ୱିତୀୟ ରନରଅପ୍ ହୋଇଛନ୍ତି କୋଟ ଡିଲଭୋଇରର ଓଲିଭିଆ ୟେସ୍। ମିସ୍ ୱାର୍ଲ୍ଡର ଏହି ରେସ୍‌ରେ ଭାରତର ମାନସା ବାରାଣାସୀ ସାମିଲ ହୋଇଥିଲେ। ଟପ୍ ୧୩ ପ୍ରତିଯୋଗୀଙ୍କ ମଧ୍ୟରେ ମାନସା ସାମିଲ ହୋଇଥିଲେ। କିନ୍ତୁ ଟପ୍ ୬ ବିଜେତାଙ୍କ ମଧ୍ୟରେ ସ୍ଥାନ ପାଇପାରି ନଥିଲେ।

ମିସ୍ ୱାର୍ଲ୍ଡ ୨୦୨୧ ବିଜେତା କେରୋଲିନା ବିଲାଭସ୍କା ବର୍ତ୍ତମାନ ମ୍ୟାନେଜମେଣ୍ଟରେ ମାଷ୍ଟର ଡିଗ୍ରୀ ପାଇଁ ଅଧ୍ୟୟନ କରୁଛନ୍ତି। ଆଗକୁ ସେ ପିଏଚ୍‌ଡି କରିବାକୁ ଯୋଜନା ରଖିଛନ୍ତି। କେରୋଲିନା ଜଣେ ମଡେଲ ଭାବେ କାମ କରନ୍ତି। ଏହା ସହ ସେ ଟେନିସ୍,ବ୍ୟାଡମିଣ୍ଟନ ଖେଳିବା ସହିତ ସୁଇମିଂ ଏବଂ ସ୍କୁବା ଡାଇଭିଂ କରିବାକୁ ମଧ୍ୟ ଭଲ ପାଆନ୍ତି।

Tag: #MissWorld #MissWord2021 #MissWorldTitleWinner #Poland #KarolinaBielawska

Comment