ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ ୨ ତାରିଖରୁ ଆରମ୍ଭ ହୋଇଛି ସକାଳୁଆ ପାଠପଢ଼ା। ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ଅନୁସାରେ ଆଜିଠାରୁ ଏହି ନିୟମ ଲାଗୁ ହୋଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବା ସହ ନବମରୁ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ନିମନ୍ତେ ସକାଳ ୭ଟାରୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଖୋଲା ରହିବ।

ରାଜ୍ୟର ପ୍ରାୟ ୮ଟି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି। ଦିନିକୁ ଦିନ ତାତି ବୃଦ୍ଧି ପାଉଥିବାରୁ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସକାଳୁଆ ସ୍କୁଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ସ୍କୁଲଗୁଡ଼ିକରେ କୋଭିଡର ସମସ୍ତ ନିୟମ ପାଳନ କରାଯିବା ସହ ପର୍ଯ୍ୟାପ୍ତ ପାଣି ମହଜୁଦ ରଖିବାକୁ ଶିକ୍ଷକମାନଙ୍କୁ ପରାମର୍ଶ ଦିଆଯାଇଛି। ଏହା ସହ ପିଲାଙ୍କୁ ସାଙ୍ଗରେ ପାଣି ବୋତଲ ଏବଂ ଛତା ଧରି ଆସିବାକୁ ମଧ୍ୟ କୁହାଯାଇଛି।

Tags: #School #MorningSchool #Odisha #StateGovt

Comment