ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରେ ଆରମ୍ଭ ହୋଇଛି ବିଗ୍ ବାସ୍କେଟ୍‌ର ଅନ୍‌ଲାଇନ୍‌ ଗ୍ରୋସରି ସେବା। ଏପ୍ରିଲ ୪ ତାରିଖ, ସୋମବାର ଦିନ କମ୍ପାନି ପକ୍ଷରୁ ଏହି ସେବାର ଶୁଭାରମ୍ଭ କରାଯାଇଛି। ଏଣିକି ଭୁବନେଶ୍ୱର ସହ ପୁରୀ, କଟକ ଏବଂ ଯାଜପୁରର କଳିଙ୍ଗନଗରରେ ମଧ୍ୟ ଏହି ସେବା ଉପଲବ୍ଧ ହେବ।ବିଗ୍ ବାସ୍କେଟ୍‌ରେ ଫଳ, ପନିପରିବା, ଡାଲି, ମାଂସ, ଜୁସ୍, ମସଲାଠାରୁ ଆରମ୍ଭ କରି ରୋଷେଇ ଘରର ଅତ୍ୟାବଶ୍ୟକ ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ଶିଶୁ ଉତ୍ପାଦ ଆଦି ପ୍ରାୟ ୩୦,୦୦୦ରୁ ଅଧିକ ଉତ୍ପାଦ ଉପଲବ୍ଧ ରହିଛି। ସହରବାସୀଙ୍କୁ ସୁବିଧାରେ ସେବା ଯୋଗାଇବାକୁ କମ୍ପାନି ଲକ୍ଷ୍ୟ ରଖିଛି। ତେଣୁ ଅର୍ଡରର ମାତ୍ର ୩୦ ମିନିଟ୍ ମଧ୍ୟରେ ଗ୍ରାହକଙ୍କ ନିକଟରେ ଗ୍ରୋସରି ସାମଗ୍ରୀ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ଶୁଭାରମ୍ଭ ଅବସରରେ କମ୍ପାନିର ନିର୍ଦ୍ଦେଶକ ଚାଣକ୍ୟ ଚୌଧୁରୀ କହିଛନ୍ତି।ଦେଶର ପ୍ରାୟ ୫୦ଟି ସହରରେ ବିଗ୍ ବାସ୍କେଟ୍ ଅନ୍‌ଲାଇନ୍‌ ଗ୍ରୋସରି ସେବା ଯୋଗାଉଛି। ଏବେ ଓଡ଼ିଶା ବଜାରରେ କମ୍ପାନି ପକ୍ଷରୁ ଏହି ସେବାର ଶୁଭାରମ୍ଭ ହୋଇଛି।

Tags: #BigBasket #OnlineGroceryService #Bhubaneswar #ବିଗବାସ୍କେଟ୍ #ଅନ୍‌ଲାଇନଗ୍ରୋସରିସେବା

Comment