ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାରେ ଗିରଫ ହୋଇଥିବା ଶର୍ମିଷ୍ଠା ରାଉତ ଏବଂ ତାଙ୍କ ସହଯୋଗୀ ଝୁନା ଭୋଇ ଗୁରୁବାର ଜେଲ ଯାଇଛନ୍ତି। ଶର୍ମିଷ୍ଠା ଓ ଝୁନାଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ମାନସ ହତ୍ୟାକାଣ୍ଡର ଖୋଳତାଡ଼ କରିବାକୁ ରିମାଣ୍ଡରେ ନେଇଥିଲା। ଗତ ୬ ତାରିଖ ଉଭୟଙ୍କର ରିମାଣ୍ଡ ଅବଧି ଶେଷ ହୋଇଥିଲା। ଗୁରୁବାର ମାନସ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶର୍ମିଷ୍ଠା ଏବଂ ତାଙ୍କ ସହଯୋଗୀ ଝୁନାଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରାଯିବା ପରେ ଜେଲକୁ ପଠାଇଦିଆଯାଇଛି।

ମାନସ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ଗତ ମାର୍ଚ୍ଚ ୨୯ ତାରିଖରେ ୪ ଜଣଙ୍କୁ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ। ଏହି ୪ ଜଣ ହେଲେ ଶର୍ମିଷ୍ଠା ରାଉତ, ନିରଂଜନ ସେଠୀ, ଝୁନା ଭୋଇ ଓ ରଂଜନ ନାୟକ। ସମସ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ସତ ଓଗାଳି ଥିଲା କ୍ରାଇମବ୍ରାଞ୍ଚ।

ଗତ ଏପ୍ରିଲ ୨ ତାରିଖରେ ରିମାଣ୍ଡ ଅବଧି ସରିଥିଲେ ମଧ୍ୟ ଅଧିକ ଖୋଳତାଡ଼ ପାଇଁ ପୁଣି ଥରେ ଶର୍ମିଷ୍ଠା ଏବଂ ତାଙ୍କ ସହଯୋଗୀ ଝୁନାଙ୍କୁ ପୁନର୍ବାର ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ। କୋର୍ଟଙ୍କ ଅନୁମତି ପରେ ଏପ୍ରିଲ ୪ ତାରିଖରେ ପୁଣି ଥରେ ଶର୍ମିଷ୍ଠା ଏବଂ ଝୁନାଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ। ଦ୍ଵିତୀୟ ପାଳି ରିମାଣ୍ଡ ସମୟରେ କ୍ରାଇମବ୍ରାଞ୍ଚକୁ ମାନସ ହତ୍ୟା ମାମଲାରେ ଆହୁରି ଅନେକ ତଥ୍ୟ ମିଳିଥିଲା।

Tags: #CameramanManasMurderCase #SarmisthaRout #JhunaBhoi #Remand #Jail

LEAVE A REPLY

Please enter your comment!
Please enter your name here