ଓଡ଼ିଶାଲାଇଭ୍ ବ୍ୟୁରୋ

କମିଶନରେଟ ପୋଲିସରେ ବୁଧବାର ବଡ଼ ଧରଣର ଅଦଳବଦଳ ହୋଇଛି। ଏସିପି, ଇନ୍ସପେକ୍ଟର ଏବଂ ଏସଆଇ ସ୍ତରରେ ଅଦଳବଦଳ କରାଯାଇଛି। ଜଣେ ଏସିପି, ୭ ଜଣ ଇନ୍ସପେକ୍ଟର ଏବଂ ୩୦ଜଣ ସବ୍ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଛି।

କଟକ ଡିଆଇବି ଏସିପି ଥିବା ସତ୍ୟରଞ୍ଜନ ମଲ୍ଲିକଙ୍କୁ ଆଇୟୁସିଏଡବ୍ଲ୍ୟୁକୁ ବଦଳି କରାଯାଇଛି। ଏହା ସହିତ ଇନ୍ସପେକ୍ଟର କୃଷ୍ଣପ୍ରସାଦ ଦାସଙ୍କୁ କଟକ ଡିଆଇବିକୁ ବଦଳି କରାଯାଇଛି। ସେହିପରି ଇନ୍ସପେକ୍ଟର ରୀନା ଦାସଙ୍କୁ କଟକ ସଦର ଥାନା ଅତିରିକ୍ତ ଆଇଆଇସି ଭାବେ ନିଯୁକ୍ତି ମିଳିଛି। ବିଜୟ କୁମାର ବାରିକଙ୍କୁ ସହିଦ ନଗର ଥାନା ଅତିରିକ୍ତ ଆଇଆଇସି ଭାବେ ଦାୟିତ୍ୱ ଦିଆଯାଇଛି। ଏହା ସହିତ ସୁଚିତ୍ରା ପରିଡ଼ାଙ୍କୁ ନୟାପଲ୍ଲୀ ଥାନା ଅତିରିକ୍ତ ଆଇଆଇସି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।

Tags: #CommissioneratePolice #Changes #Bhubaneswar #Cuttack

Comment