ଓଡ଼ିଶାଲାଇଭ୍ ବ୍ୟୁରୋ 
ଏପ୍ରିଲ ୨୦ ତାରିଖରୁ ପିଲାଙ୍କୁ ନେଇ ଯାଉଥିବା ସ୍କୁଲ ବସ୍ଗୁଡ଼ିକର ଯାଞ୍ଚ ଆରମ୍ଭ ହୋଇଛି। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସହରରେ ଏହି ଯାଞ୍ଚକୁ କଡ଼ାକଡ଼ି କରାଯିବ। ଗାଡ଼ିଗୁଡ଼ିକର ଫିଟନେସ, ପରମିଟ୍, ଇନସ୍ୟୁରାନ୍ସ ଏବଂ ପଲ୍ୟୁସନ ଆଦି ଯାଞ୍ଚ କରାଯିବ। ଆସନ୍ତା ଏପ୍ରିଲ ୨୮ ତାରିଖରେ ଯାଞ୍ଚ ରିପୋର୍ଟ ଦେବାକୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ଯାଞ୍ଚ ସମୟରେ ସ୍କୁଲ ବସ୍ ସହ ଅନ୍ୟ ହାଲୁକା ଯାନଗୁଡ଼ିକର ମଧ୍ୟ ଯାଞ୍ଚ କରାଯିବ। ଏହି ସମୟରେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ପିଲାଙ୍କୁ ନେଇ ଯାଉଥିବା ଗାଡ଼ି ଏବଂ ଗାଡ଼ି ଚାଳକମାନଙ୍କର ଲାଇସେନ୍ସର ଯାଞ୍ଚ କରାଯିବ। ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ସ୍କୁଲ ପିଲାମାନଙ୍କ ସୁରକ୍ଷିତ ପରିବହନ ପାଇଁ ଏହି ପଦକ୍ଷେପ ନିଆଯାଇଥିବା ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।
Tags: #SchoolBus #FitnessCheckUp #SafetyAndSecurity