ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀରଘୁନାଥ ଜୀଉଙ୍କ ପାବନ କ୍ଷେତ୍ରରେ ୧୨ ଦିନ ଧରି ଚାଲିଥିବା ଶ୍ରୀରାମ ନବମୀ ଯାତ୍ରା ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି। ଗତ ୧୦ ତାରିଖରେ ଶ୍ରୀରାମ ନବମୀ ତିଥିରୁ ଆରମ୍ଭ ହୋଇଥିବା ଶ୍ରୀରାମ ନବମୀ ଯାତ୍ରା ଗତ ଏପ୍ରିଲ ୨୧ ତାରିଖରେ ସମାପନ ହୋଇଛି। ଗତ ବୁଧବାର ସନ୍ଧ୍ୟାରେ ଶ୍ରୀଜୀଉଙ୍କ ରାଜାଭିଷେକ ନୀତି ଓ ବେଶ ଶ୍ରୀଦ୍ଧାଳୁଙ୍କୁ ବିଭୋର କରିଥିଲା। ଗୁରୁବାର ଚଳନ୍ତି ପ୍ରତିମା ନଗର ପରିକ୍ରମା କରି ପାରମ୍ପରିକ ଦେବନୀତି ସହ ‘ପାଣିଖେଳ’ ଅନୁଷ୍ଠିତ ହୋଇଥିଲା।

ଭଗବାନ ଶ୍ରୀରାମଙ୍କ ରଚିତ ଦିବ୍ୟ ଲୀଳା ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ୧୨ ଦିନ ଧରି ଶ୍ରୀରାମ ନବମୀ ଯାତ୍ରା ଅବସରରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ସନ୍ଧ୍ୟା ବେଶ ଅନୁଷ୍ଠିତ ହୋଇଥିଲା। ଏହି ବେଶଗୁଡ଼ିକ ମଧ୍ୟରେ ଜନ୍ମ ନାରାୟଣ, ଗଙ୍ଗାପାର, ଅହଲ୍ୟା ଉଦ୍ଧାର, ସୀତାବିବାହ, ଅଷ୍ଠାବଧାନ ଏବଂ ରାଜାଭିଷେକ ବେଶ ଭକ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

Tags: #ShreeRamnavami #Nayagarh #Odagaon #Festival

Comment