ଓଡ଼ିଶାଲାଇଭ୍ ବ୍ୟୁରୋ

ମାନିକ ଶାହ ହେବେ ତ୍ରିପୁରାର ନୂଆ ମୁଖମନ୍ତ୍ରୀ। ବିପ୍ଳବ ଦେବ ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦବୀରୁ ଶନିବାର ଇସ୍ତଫା ଦେବା ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଥିଲା ବିଜେପି। ବିପ୍ଳବ ଦେବଙ୍କ ଇସ୍ତଫା ଦେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ମାନିକ ଶାହଙ୍କୁ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି ଦଳ।

ଗତ ଶୁକ୍ରବାର ଦିନ ବିପ୍ଳବ ଦେବ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଦିଲ୍ଲୀରେ ସାକ୍ଷାତ କରି ଫେରିବା ପରେ ଆଜି ବିଧିବଦ୍ଧ ଭାବେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିପ୍ଳବ ଦେବ ତ୍ରିପୁରା ରାଜ୍ୟର ବିଜେପି ସଭାପତି ଦାୟିତ୍ଵ ପାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପଟେ ମାଣିକ ଶାହ ତ୍ରିପୁରା ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହେବା ପରେ ବିପ୍ଳବ ଦେବ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦଳର ନିଷ୍ପତ୍ତିକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି ବିପ୍ଳବ ଦେବ। ୨୦୧୮ରେ ବିପ୍ଳବ ଦେବ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଗାଦିରେ ବସିଥିଲେ।

Tags: #Politics #IndianPolitics #Tripura #TripuraCM

Comment