ଓଡ଼ିଶାଲାଇଭ୍ ବ୍ୟୁରୋ

ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂ ସିଦ୍ଧୁ ଶୁକ୍ରବାର ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିବା ପରେ ଜେଲ ଯାଇଛନ୍ତି। ଗତ ଗୁରୁବାର ସୁପ୍ରିମ କୋର୍ଟ ସିଦ୍ଧୁଙ୍କୁ ଏକ ବର୍ଷର ଜେଲ ଦଣ୍ଡାଦେଶ ଦେଇଥିଲେ। ସୁପ୍ରିମ କୋର୍ଟଙ୍କ ଆଦେଶକୁ ସମ୍ମାନ ଦେଇ ସିଦ୍ଧୁ ଆଜି ଆତ୍ମସମର୍ପଣ କରିଥିଲେ।

୧୯୮୮ ମସିହାରେ ସିଦ୍ଧୁଙ୍କ ଆକ୍ରମଣରେ ଗୁରୁନାମ ସିଂ ନାମବ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ସିଦ୍ଧୁ ଏହି ମାମଲାରୁ ମୁକୁଳି ସାରିଥିଲେ। କିନ୍ତୁ ପ୍ରାଣ ହରାଥିବା ଗୁରୁନାମ ସିଂଙ୍କ ପରିବାର ପକ୍ଷରୁ ଉପର କୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରାଯାଇଥିଲା। ଏହି ମାମଲାର ଗୁରୁବାର ଶୁଣାଣି କରିଥିଲେ ସୁପ୍ରିମ କୋର୍ଟ।

୧୯୮୮ ମସିହା ଡିସେମ୍ବର ୨୭ ତାରିଖ ସନ୍ଧ୍ୟାରେ ନବଜୋତ ସିଂ ସିଦ୍ଧୁ ନିଜ ବନ୍ଧୁ ରୁପିନ୍ଦର ସିଂ ସିଦ୍ଧୁଙ୍କ ସହ ପଟିଆଲା ଶେରାବାଲେ ଗେଟ ମାର୍କେଟରେ ପହଞ୍ଚିଥିଲେ। ସେଠାରେ କାର ପାର୍କିଂ ସମୟରେ ଗୁରୁନାମଙ୍କ ସହ ବଚସା ହୋଇଥିଲା। କଥା ଏତେ ବିଗିଡ଼ି ଗଲାଯେ ହାତାହାତି ପର୍ଯ୍ୟନ୍ତ କଥାଗଲା। ସିଦ୍ଧୁଙ୍କ ମାଡ଼ରେ ଗୁରୁନାମ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗୁରୁନାମଙ୍କର ମୃତ୍ୟୁ ହୋଇଥିଲା।

ପରିବାର ଲୋକ ସିଦ୍ଧୁଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ। ହୃଦଘାତରେ ଗୁରୁନାମଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ଆସିବା ପରେ ମାମଲା ରଫାଦଫା ହୋଇଥିଲା। କିନ୍ତୁ ପରେ ମୃତକଙ୍କ ପରିବାର ଉପର କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଏହି ମାମଲର ବିଚାର କରି ସୁପ୍ରିମ କୋର୍ଟ ସିଦ୍ଧୁଙ୍କୁ ଏକ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। କୋର୍ଟଙ୍କ ରାୟ ପରେ ସିଦ୍ଧୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ମୁଁ କୋର୍ଟଙ୍କ ରାୟକୁ ସମ୍ମାନ ଜଣାଉଛି। ସିଦ୍ଧୁ ଆଜି ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିଥିଲେ।

Tags: #SupremeCourt #NavjotSinghSiddhu #Surrender #Jail #MurderCase

Comment