ଓଡ଼ିଶାଲାଇଭ୍ ବ୍ୟୁରୋ

blacktea face spray-1

ଚା’ ପାଇଁ କେବଳ ଗୋଟିଏ ଦିନ ନୁହେଁ। ସବୁଦିନ ଚା’ ଦିବସ ମାନେ ଟି’ ଡେ’। କାରଣ କପେ ଚା’ରୁ ଆରମ୍ଭ ହୁଏ ଭାରତୀୟଙ୍କ ସତେଜ ସକାଳ।

ଆଜି ହେଉଛି ଅନ୍ତର୍ଜାତୀୟ ଚା’ ଦିବସ। ଚା’ ପ୍ରସ୍ତୁତ କରିବାଠାରୁ ଆରମ୍ଭ କରି ଚା’ କମ୍ପାନି ପର୍ଯ୍ୟନ୍ତ କାମ କରୁଥିବା ସବୁ କର୍ମଚାରୀମାନଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି।

ଭାରତୀୟମାନଙ୍କର ପ୍ରଥମ ପସନ୍ଦ ହେଉଛି ଚା’। କପେ ଚା’ରୁ ଆରମ୍ଭ ହୁଏ ଭାରତୀୟଙ୍କ ଦିନ। ଗରମ ଚା’ର ଗୋଟିଏ ଢୋକ ପୁରା ଦିନକୁ ସତେଜ କରିଦିଏ। ଚା’ ମୋହରେ ପଡ଼ିଥିବା ମଣିଷଟିଏ ଗୋଟିଏ ଦିନ ଚା’ ନ ପିଇଲେ ଦିନଟି ତା’ ପାଇଁ ଅଧୁରା ଅଧୁରା ଅନୁଭବ ହୁଏ।

କୁହାଯାଏ ୨୦୦୫ ମସିହାରୁ ଭାରତରେ ଆରମ୍ଭ ହୋଇଥିଲା ଅନ୍ତର୍ଜାତୀୟ ଚା’ ଦିବସ। ଗୋଟିଏ ବର୍ଷ ପରେ ଶ୍ରୀଲଙ୍କା ଅନ୍ତର୍ଜାତୀୟ ଚା’ ଦିବସ ପାଳନ କରିବା ପରେ ଧୀରେ ଧୀରେ ଏହା ସବୁଆଡ଼େ ପାଳନ କରାଯାଉଛି।

hot tea

ଚା’ ସମ୍ପର୍କରେ କିଛି କଥା

ଶୁଣିବାକୁ ମିଳୁଛି ସର୍ବପ୍ରଥମେ ୧୮୧୫ ମସିହାରେ କେତେଜଣ ଇଂଗ୍ରେଜ ଯାତ୍ରୀ ଭାରତ ଭ୍ରମଣରେ ଆସିଥିଲେ। ସେମାନେ ଆସାମ ବୁଲିବା ସମୟରେ ଆସାମରେ ଉଠିଥିବା ଚା’ ଗଛ ନଜର ଉପରେ ପଡ଼ିଥିଲା। କିଛି ସ୍ଥାନୀୟ ଲୋକେ ଚା’ ଗଛର ପତ୍ରକୁ ସିଝାଇ ଏକ ପାତ୍ରରେ ଗରମ ପାନୀୟ ଭାବେ ବ୍ୟବହାର କରୁଥିବା ଇଂଗ୍ରେଜ ଯାତ୍ରୀମାନେ ଦେଖିଥିଲେ। ଏହା ପରେ ସେମାନେ ଏହା ସମ୍ପର୍କରେ ଜାଣିବାକୁ ଇଚ୍ଛା କରିଥିଲେ ଏବଂ ପ୍ରଥମ ଥର ଚା’ର ସ୍ଵାଦ ଚାଖିଥିଲେ।

ଭାରତର ପୂର୍ବତନ ଗଭର୍ଣ୍ଣର ଜେନେରାଲ ଲର୍ଡ ବେଣ୍ଟିକ୍ ଭାରତରେ ଚା’ ପରମ୍ପରା ଆରମ୍ଭ କରିବା ସହ ଏହାର ଉତ୍ପାଦନ ପାଇଁ ଏକ ସମିତି ଗଠନ କରିଥିଲେ। ଏହା ପରେ ୧୮୧୫ ମସିହାରେ ଆସାମରେ ଚା’ ବଗିଚାର ଶୁଭାରମ୍ଭ କରାଯାଇଥିଲା।

ଭାରତରେ ଏକ ଟି’ ବୋର୍ଡ ଇଣ୍ଡିଆ ରହିଛି। ୧୯୦୩ ମସିହାରେ ଭାରତରେ ଟି ବୋର୍ଡ ଗଠନ କରାଯାଇଥିଲା। ଭାରତ ତଥା ଭାରତ ବାହାରେ ଚା’ର ପ୍ରଚାର ପ୍ରସାର ପାଇଁ ଏହି ବୋର୍ଡ ଗଠନ କରାଯାଇଥିବା କୁହାଯାଉଛି।

ଆଗରୁ ଚା’ ପ୍ରେମରେ କେବଳ ଭାରତୀୟମାନେ ପଡ଼ିଥିବା ଦେଖିବାକୁ ମିଳୁଥିଲା। ଏବେ କିନ୍ତୁ ବିଦେଶୀମାନେ ମଧ୍ୟ ଚା’କୁ ପସନ୍ଦ କରିବାକୁ ଲାଗିଲେଣି। ଓଡ଼ିଶା, ଭାରତ ବ୍ୟତୀତ ଅନ୍ୟ ଦେଶଗୁଡ଼ିକର ବଜାରରେ ମଧ୍ୟ ଚା’ର ଚାହିଦା ବଢ଼ିବାରେ ଲାଗିଛି। କେବଳ ଚା’ ପିଇବା ନୁହେଁ ଚା’ ବ୍ୟବସାୟ କରିବାକୁ ଏବେ ଅନେକ ଉଚ୍ଚ ଶିକ୍ଷିତ ବର୍ଗ ଆଗେଇ ଆସିଛନ୍ତି।

Tags: #TeaDay #InternationalTeaDay #IndianTea #AsamTea

Comment