ଓଡ଼ିଶାଲାଇଭ୍ ବ୍ୟୁରୋ 

ବିଶିଷ୍ଟ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକଙ୍କର ସୋମବାର ଦେହାନ୍ତ ହୋଇଛି। ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଶିବାଜୀ ପଟ୍ଟନାୟକ ତିନି ଥର ଭୁବନେଶ୍ଵର ଲୋକସଭା ଆସନରୁ ନିର୍ବାଚିତ ହୋଇଛନ୍ତି।

୧୯୭୭, ୧୯୮୦, ୧୯୮୯ ଏବଂ ୧୯୯୬ ମସିହାରେ ବାମପନ୍ଥୀ ନେତା ହିସାବରେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସେ ସିପିଆଇ(ଏମ)ର ଅନ୍ୟତମ ପ୍ରତିଷ୍ଠାତ ଥିଲେ। ଶିବାଜୀ ପଟ୍ଟନାୟକ ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାମ କରିଛନ୍ତି। ୧୯୩୦ ମସିହା ଅଗଷ୍ଟ ୧୩ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକ ପ୍ରକାଶ ପାଇଛି।

Tags: #Politics #Politician #CPI(M)Leader #Death #ShivajiPatnaik

Comment