ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଖାଲି ହୋଇଥିବା ରାଜ୍ୟସଭାର ୩ଟି ଆସନ ପାଇଁ ବିଧାନସଭା ପକ୍ଷରୁ ମଙ୍ଗଳବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପରେ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି।

ତିନି ଜଣ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ ଏବଂ ସସ୍ମିତ ପାତ୍ରଙ୍କର କାର୍ଯ୍ୟକାଳ ପୂରଣ ହେବାକୁ ଥିବାରୁ ଏହି ଆସନ ପାଇଁ ନିର୍ବାଚନ ହେବ। ୩ଟି ଆସନ ପାଇଁ ଆସନ୍ତା ଜୁନ ୧୦ ତାରିଖରେ ରାଜ୍ୟସଭା ନିର୍ବାଚନ ହେବ।

ଆସନ୍ତା ମେ’ ୩୧ ପ୍ରାର୍ଥିପତ୍ର ଦାଖଲ ଦାଖଲର ଶେଷ ତାରିଖ ରହିଛି। ଆସନ୍ତା ଜୁନ ୧ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ଜୁନ ୩ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି।

ଜୁନ ୧୦ ତାରିଖରେ ରାଜ୍ୟସଭା ନିର୍ବାଚନ ଲାଗି ଭୋଟ ଗ୍ରହଣ କରାଯିବ। ସକାଳ ୯ରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ସେହିଦିନ ୫ଟାରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ୩ଟି ଆସନ ପାଇଁ ବିଜେଡି ପାଖରେ ଆବଶ୍ୟକ ବିଧାୟକ ସଂଖ୍ୟା ରହିଛି। ତେଣୁ ନିର୍ଦ୍ୱନ୍ଦ୍ୱରେ ପ୍ରଥମ ଭୋଟରେ ୩ ପ୍ରାର୍ଥୀ ବିଜୟୀ ହେବେ ବୋଲି କୁହାଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କିଏ ପ୍ରାର୍ଥୀ ହେବ ସ୍ଥିର ହୋଇନାହିଁ।

Tags: #Politics #OdishaPolitics #Election #RajyaSabhaElection #OfficialNotification

Comment