ଓଡ଼ିଶାଲାଇଭ୍ ବ୍ୟୁରୋ

ବଢ଼ିଲା ଗାନ୍ଧୀ ପରିବାରର ଅଡ଼ୁଆ। ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଜୁନ ୨ ତାରିଖରେ ରାହୁଲ ଗାନ୍ଧୀଙ୍କୁ ଏବଂ ଆସନ୍ତା ଜୁନ ୮ ତାରିଖରେ ସୋନିଆ ଗାନ୍ଧୀଙ୍କୁ ହାଜର ହେବା ପାଇଁ ଇଡି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ରହୁଲ ଗାନ୍ଧୀ ବିଦେଶ ଗସ୍ତରେ ଥିବାରୁ ସେ ଇଡି କାର୍ଯ୍ୟାଳୟରେ ହଜାର ହେବା ନେଇ ଆଶଙ୍କା ଦେଖାଦେଇଛି।

ଏହା ନ୍ୟାସନାଲ ହେରାଲ୍ଡ ମାମଲାର ପ୍ରଥମ ସମନ ହୋଇଥିବା ଇଡି ପକ୍ଷରୁ କୁହାଯାଇଛି। ନ୍ୟାସନାଲ ହେରାଲ୍ଡ ଏବଂ ଏଜେଏଲ ପଦାଧିକାରୀ ଥିବା କଂଗ୍ରେସ ନେତାମାନଙ୍କର ବୟାନ ପୂର୍ବରୁ ରେକର୍ଡ କରାଯାଇଥିବା କହିଛି ଇଡି। ଏଣେ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି ଏବଂ ରଣଦୀପ ସୂର୍ଯ୍ୟଓ୍ଵାଲା ଏକ ସମ୍ବାଦିକ ସମ୍ମିଳନୀ କରି ଜାତୀୟ ସଂସ୍ଥାକୁ କେନ୍ଦ୍ର ସରକାର ଅପବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ସୋନିଆ ଗାନ୍ଧୀ ନିଶ୍ଚିତ ଭାବେ ଇଡି କାର୍ଯ୍ୟାଳୟରେ ହାଜର ହେବେ। କିନ୍ତୁ ରାହୁଲ ଗାନ୍ଧୀ ବିଦେଶ ଗସ୍ତରେ ରହିଛନ୍ତି। ସେ ୮ ତାରିଖ ପୂର୍ବରୁ ଫେରିଥିଲେ ଇଡି କାର୍ଯ୍ୟଳୟରେ ହାଜର ହେବେ ବୋଲି ସେମାନେ କହିଛନ୍ତି।

Tags: #ED #EDSummon #RahulGandhi #SoniaGandhi #NationalHeraldCase

Comment