ଓଡ଼ିଶାଲାଇଭ୍ ବ୍ୟୁରୋ

ଗଠନ ହୋଇଛି ନବୀନ ସରକାରଙ୍କର ନୂଆ ମନ୍ତ୍ରିମଣ୍ଡଳ। ରବିବାର ଶପଥ ଗ୍ରହଣ କରିଛନ୍ତି ନୂଆ ମନ୍ତ୍ରୀଗଣ। ପୁରା ମନ୍ତ୍ରିମଣ୍ଡଳର ହୋଇଛି ନବକଳେବର। ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ମୋଟ ୨୧ ଜଣ। ଏଥିରେ ସ୍ଥାନ ପାଇଛନ୍ତି ୫ ଜଣ ନୂଆ ମୁହଁ। ଦିନ ୧୧ଟା ୪୫ ମିନିଟରେ ଲୋକସେବା ଭବନ କନଭେନସନ ହଲଠାରେ ଶପଥ ଗ୍ରହଣ ଉତ୍ସବର ଆୟୋଜନ କରାଯାଇଥିଲା। ପ୍ରଥମେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଲୋକସେବା ଭବନରେ ଯୋଗ ଦେଇଥିଲେ।

ମୋଟ ୨୧ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୧୩ ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିଥିବାବେଳେ ୮ ଜଣଙ୍କୁ ସ୍ଵାଧୀନ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ଵ ମିଳିଛି। ପ୍ରଫେର ଗଣେଶୀ ଲାଲ ନୂଆ ମନ୍ତ୍ରୀମାନଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ରାଜ୍ୟ ସରକାରଙ୍କ ନୂଆ ଟିମର କ୍ୟାବିନେଟ ମନ୍ତ୍ରୀମାନେ ହେଲେ

୧- ଜଗନ୍ନାଥ ସାରକା (କ୍ୟାବିନେଟ ମନ୍ତ୍ରୀ)

୨- ନିରଞ୍ଜନ ପୂଜାରୀ (କ୍ୟାବିନେଟ ମନ୍ତ୍ରୀ)

୩- ରଣେନ୍ଦ୍ର ପ୍ରତାପ ସ୍ଵାଇଁ (କ୍ୟାବିନେଟ ମନ୍ତ୍ରୀ)

୪- ଉଷା ଦେବୀ (କ୍ୟାବିନେଟ ମନ୍ତ୍ରୀ)

୫- ପ୍ରଫୁଲ୍ଲ ମଲ୍ଲିକ (କ୍ୟାବିନେଟ ମନ୍ତ୍ରୀ)

୬- ପ୍ରତାପ ଦେବ (କ୍ୟାବିନେଟ ମନ୍ତ୍ରୀ)

୭- ଅତନୁ ସବ୍ୟସାଚୀ ନାୟକ (କ୍ୟାବିନେଟ ମନ୍ତ୍ରୀ)

୮- ପ୍ରମିଳା ମଲ୍ଲିକ (କ୍ୟାବିନେଟ ମନ୍ତ୍ରୀ)

୯- ପ୍ରଦୀପ ଅମାତ (କ୍ୟାବିନେଟ ମନ୍ତ୍ରୀ)

୧୦- ନବ କିଶୋର ଦାଶ (କ୍ୟାବିନେଟ ମନ୍ତ୍ରୀ)

୧୧- ଅଶୋକ ଚନ୍ଦ୍ର ପଣ୍ଡା (କ୍ୟାବିନେଟ ମନ୍ତ୍ରୀ)

୧୨- ଟୁକୁନି ସାହୁ (କ୍ୟାବିନେଟ ମନ୍ତ୍ରୀ)

୧୩- ରାଜେନ୍ଦ୍ର ଢୋଲକିଆ (କ୍ୟାବିନେଟ ମନ୍ତ୍ରୀ)

ନବୀନ ସରକାରଙ୍କ ଟିମର ନୂଆ ରାଷ୍ଟ୍ରମନ୍ତ୍ରୀମାନେ ହେଲେ

୧- ସମୀର ରଞ୍ଜନ ଦାଶ- ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ)

୨- ଅଶ୍ଵିନୀ କୁମାର ପାତ୍ର- ରାଷ୍ଟ୍ରମନ୍ତ୍ରୀ(ସ୍ଵାଧୀନ)

୩- ପ୍ରତିରଞ୍ଜନ ଘଡେଇ- ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ)

୪- ଶ୍ରୀକାନ୍ତ ସାହୁ- ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ)

୫- ତୁଷାରକାନ୍ତି ବେହେରା- ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ)

୬- ରୋହିତ ପୂଜାରୀ – ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ)

୭- ରୀତା ସାହୁ- ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ)

୮- ବାସନ୍ତୀ ହେମ୍ବ୍ରମ- ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ)

ଆସନ୍ତା ୨୦୨୪କୁ ଲକ୍ଷ୍ୟରେ ରଖି ମନ୍ତ୍ରିମଣ୍ଡଳରେ ଏହି ବଡ଼ ପରିବର୍ତ୍ତନ କରାଯାଇଥିବା କୁହାଯାଉଛି। ନୂଆ ମନ୍ତ୍ରିମଣ୍ଡରେ ଯୁବ ଏବଂ ମହିଳାଙ୍କୁ ବିଶେଷ ଗୁରୁତ୍ବ ଦିଆଯାଇଛି। ଏଥର ୫ ଜଣ ନୂଆ ମୁହଁ ସାମିଲ ହୋଇ ଥିବାବେଳେ ୪ ଜଣ ମହିଳାଙ୍କୁ ଗୁରତ୍ଵ ମିଳିଛି।

ଗତକାଲି, ଜୁନ ୩ ତାରିଖରେ ସୂଯ୍ୟନାରାୟଣ ପାତ୍ର ବାଚସ୍ପିତି ପଦବୀରୁ ଇସ୍ତଫା ଦେବା ସହ ମୋଟ ୨୦ ଜଣ ମନ୍ତ୍ରୀ ନିଜ ନିଜ ପଦ ସାମୁହିକ ଇସ୍ତଫା ଦେଇଥିଲେ। ରାତାରାତି ଗଠନ ହୋଇଛି ନବୀନ ସରକାରଙ୍କ ନୂଆ ମନ୍ତ୍ରିମଣ୍ଡଳ।

Tags: #Politics #OdishaPolitics #Ministers #NewMinisters #OathTakingCeremony

Comment