ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଜୁନ ୧୩ ତାରିଖରେ ହେବ ବାଚସ୍ପତି ନିର୍ବାଚନ। ଏ ନେଇ ବୁଧବାର ଦିନ ବିଧାନସଭା ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଖୁବଶୀଘ୍ର ବିଧାନସଭାର ନୂଆ ମୁଖିଆ ପଦ ସମ୍ଭାଳିବେ। ବାଚସ୍ପତି ନିର୍ବାଚନ ଲାଗି ଆସନ୍ତା ଶୁକ୍ରବାର, ଜୁନ ୧୦ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରାଯିବ।

ଗତ ଜୁନ ୪ ତାରିଖରେ ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ପଦବୀରୁ ଇସ୍ତଫା ଦେଇଥିଲେ। ସେବେଠାରୁ ଏହି ପଦବୀ ଖାଲିପଡ଼ିଛି। ଏହି ପଦବୀ ପୂରଣ ପାଇଁ ଆସନ୍ତା ଜୁନ ୧୩ ତାରିଖରେ ବାଚସ୍ପତି ନିର୍ବାଚନ ହେବ। ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ ବାଚସ୍ପତି ହେବା ନେଇ ଚର୍ଚ୍ଚା ହେଉଛି।

ଗତ ୪ ତାରିଖରେ ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ପଦବୀରୁ ଇସ୍ତଫା ଦେବା ସହ ୨୦ ଜଣ ମନ୍ତ୍ରୀ ସାମୁହିକ ଭାବେ ଇସ୍ତଫା ଦେଇଥିଲେ। ରାଜ୍ୟରେ ଗତ ୫ ତାରିଖରେ ନୂଆ ମନ୍ତ୍ରିମଣ୍ଡଳ ଗଠନ ହୋଇଥିଲା। କିନ୍ତୁ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପରେ ବାଚସ୍ପତି ପଦବୀ ଖାଲିପଡ଼ିଛି।

Tags: #Assembly #Politics #AssemblySpeakerElection

Comment