ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତି ନିର୍ବାଚନ ଲାଗି ବୁଧବାର, ଜୁନ ୧୫ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଜୁଲାଇ ୧୮ ତାରିଖରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ। ଏ ନେଇ ଓଡ଼ିଶା ବିଧାନସଭା ନୋଟିସ୍ ବୋର୍ଡରେ ବିଜ୍ଞପ୍ତି ଲଗାଯାଇଛି।

ଗତ ଜୁନ ୯ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ତାରିଖ ଘୋଷଣା ହୋଇଥିଲା। ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହୋଇ ଜୁଲାଇ ୨୧ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ଆଜିଠାରୁ ପ୍ରାର୍ଥିପତ୍ର ଦାଲଖ ପ୍ରକ୍ରିୟା ଆରମ୍ଭ ହୋଇଛି। ଜୁନ ୧୯ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିବ। ଆସନ୍ତା ଜୁନ ୩୦ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ଜୁଲାଇ ୨ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯିବ। 

ଆସନ୍ତା ଜୁଲାଇ ୨୪ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଖାଲି ହେବାକୁ ଯାଉଥିବା ଏହି ପଦବୀ ପାଇଁ ଜୁଲାଇ ୧୮ ତାରିଖରେ ନିର୍ବାଚନ ହେବ। ଗତ ୨୦୧୭ ମସିହା ଜୁଲାଇ ୧୭ ତାରିଖରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ ରାମନାଥ କୋବିନ୍ଦ। ରାଷ୍ଟ୍ରପତି ନିର୍ବାଚନ ପାଇଁ ଲୋକସଭା ଏବଂ ରାଜ୍ୟସଭା ସଦସ୍ୟମାନେ ମତଦାନ କରିବେ।

Tags: #Politics #IndianPolitics #Election #PresidentElection #PresidentRamnathCovind

Comment