ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ଜୋର ଧରିଛି। ଅଗ୍ନିପଥ ବିରୋଧି ବିକ୍ଷୋଭ ଏବଂ ହିଂସା ଲାଗି ରହିଥିବାବେଳେ ଏହାକୁ ପ୍ରତ୍ୟାହର କରିବାକୁ ପାଇଁ ବିରୋଧୀ ଦଳଗୁଡ଼ିକ ଏବେ ସରକାରଙ୍କ ଉପରେ ଚାପ ପକାଇଛନ୍ତି। କିନ୍ତୁ ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର କରାଯିବ ନାହିଁ ବୋଲି ସରକାର କହିଛନ୍ତି।

ଜୁନ ୧୯ ତାରିଖରେ ପ୍ରତିରକ୍ଷା ମନ୍ତ୍ରାଳୟର ସାମରିକ ବ୍ୟାପାର ବିଭାଗ ଅତିରିକ୍ତ ସଚବ ଲେପ୍ଟନାଣ୍ଟ ଜେନେରାଲ ଅନିଲ ପୁରୀ କହିଛନ୍ତି ଯେ, ଅଗ୍ନିପଥ ଯୋଜନା ମାଧ୍ୟମରେ ସୈନ ବାହିନୀରେ ସଂସ୍କାର ଆଣିବାକୁ ସରକାର ପ୍ରୟାସ କରୁଛନ୍ତି ଏବଂ ଅନେକ ଦିନର ବିଚାରବିମର୍ଶ ପରେ ଅଗ୍ନିପଥ ଯୋଜନା ଅନ୍ତର୍ଗତ ଅଗ୍ନିବୀର ନିଯୁକ୍ତି ପାଇଁ ଘୋଷଣା କରାଯାଇଛି।

ତିନି ସେନା ବାହିନୀରେ ନିଯୁକ୍ତି ସୁଯୋଗ ଦିଆଯିବାକୁ ଘୋଷଣା ପରେ ମଧ୍ୟ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି ବୋଲି ଅନିଲ ପୁରୀ କହିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ସମୟରେ ପ୍ରତିବର୍ଷ ୧୭,୬୦୦ ସେନା କର୍ମଚାରୀ ନିଜ ବୟସ ପୂର୍ବରୁ ଅବସର ଗ୍ରହଣ କରୁଛନ୍ତି। ଏହି କର୍ମଚାରିମାନେ ସେମାନଙ୍କ ପ୍ରଥମ ୧୫ ବର୍ଷର ଚାକିରି ଅବଧି ପୂରଣ ପରେ ଅବସର ନେଇଉଛନ୍ତି। କିନ୍ତୁ ସେମାନେ ଅବସରକୁ ନେଇ କୌଣସି ପ୍ରଶ୍ନ କରିନାହାନ୍ତି। ବର୍ତ୍ତମାନର ସୈନିକଙ୍କ ଭଳି ଅଗ୍ନିବୀରମାନେ ମଧ୍ୟ ସମାନ ପରିମାଣରେ ଭତ୍ତା ପାଇବେ। ନିୟମିତ ସୈନିକମାନଙ୍କ ଭଳି ଭତ୍ତା ସହ ଅନ୍ୟାନ ସୁବିଧା ପାଇବେ। ଏହା ପରେ ମଧ୍ୟ ଏହି ଯୋଜନାକୁ ବିରୋଧ କରାଯାଉଛି।

Tags: #NoRollback #AgnipathScheme #Army #AirForce #IndianNavy #Employment

Comment