ଓଡ଼ିଶାଲାଇଭ୍ ବ୍ୟୁରୋ

ଏନଡିଏ ପକ୍ଷରୁ ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ପରେ ଏବେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ତାଙ୍କୁ ଜେଡ୍ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଛି। କୁହାଯାଉଛି ଯେ, ଆଇବିର ଏକ ବିପଦ ସୂଚନା ପରେ ଗୃହ ମନ୍ତ୍ରାଳୟ ଏହି ସୁରକ୍ଷା ଯୋଗାଇ ଦେଇଛି।

ଭିଭିଆଇପିଙ୍କୁ ଜେଡ ପ୍ଲସ କାଟାଗୋରି ସୁରକ୍ଷା ପ୍ରଦାନ କରାଯାଇଥାଏ। ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯିବା ପରେ ତାଙ୍କୁ ମଧ୍ୟ ଜେଡ୍ ପ୍ଲସ କାଟାଗୋରି ସୁରକ୍ଷା ପ୍ରଦାନ କରାଯାଇଛି। ଏହି ସୁରକ୍ଷା ବ୍ୟବସ୍ଥାରେ ୫୮ ଜଣ କମାଣ୍ଡୋଙ୍କ ସହ ମୋଟ ୧୫୦ ଜଣ ସୁରକ୍ଷା କର୍ମୀ ନିଯୁକ୍ତ ହୋଇଛନ୍ତି। ୫ଟି ବୁଲେଟ ପ୍ରୁଫ କାର ସୁରକ୍ଷା ନିମନ୍ତେ ମୁତୟନ ରହିବ ବୋଲି ଜଣାପଡ଼ିଛି। 

ଦ୍ରୌପଦୀ ମୁର୍ମୁଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ରାହୁଲ ଗାନ୍ଧୀ ଏବଂ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଭଳି ବହୁ ବିଶିଷ୍ଠ ବ୍ୟକ୍ତିଙ୍କୁ ଜେଡ ପ୍ଲସ କାଟାଗୋରି ସୁରକ୍ଷା ପ୍ରଦାନ କରାଯାଉଛି।

Tags: #DraupadiMurmu #ZPlusSecurity #Politics #RastrapatiEletion

Comment