ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟସଭା ସାଂସଦ ଭାବେ ଶୁକ୍ରବାର ଦିନ ଶପଥ ନେଇଛନ୍ତି ନିରଞ୍ଜନ ବିଶି। ଗୃହର ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ରାଜ୍ୟସଭା ଉପନିର୍ବାଚନରେ ସୁବାସ ସିଂଙ୍କ ସ୍ଥାନରେ ନିର୍ବାଚିତ ହୋଇଥିଲେ ନିରଞ୍ଜନ ବିଶି। ଉପନିର୍ବାଚନରେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ନଦେବାରୁ ନିର୍ଦ୍ୱନ୍ଦ୍ଵରେ ନିର୍ବାଚିତ ହୋଇଥିଲେ ବିଜେଡି ପ୍ରାର୍ଥୀ ନିରଞ୍ଜନ ବିଶି।

ଓଡ଼ିଶାର ଟାଣୁଆ ଆଦିବାସୀ ନେତା ହେଉଛନ୍ତି ନିରଞ୍ଜନ ବିଶି। ସେ ଏବେ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ ମଧ୍ୟ ଅଛନ୍ତି। ଆଦିବାସୀଙ୍କୁ ସେମାନଙ୍କର ଅଧିକାର ପ୍ରଦାନ, ସେମାନଙ୍କ ଅର୍ଥନୈତିକ ବିକାଶ ଲାଗି ସେ ବିଭିନ୍ନ ସ୍ତରରେ ସ୍ୱର ଉତ୍ତୋଳନ କରିଛନ୍ତି। ସରକାରଙ୍କ ଯୋଜନାକୁ ଆଦିବାସୀ ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି କାମ କରିବେ ବୋଲି କହିଛନ୍ତି ନିରଞ୍ଜନ ବିଶି। 

ସୁବାସ ସିଂ କଟକ ମେୟର ନିର୍ବାଚିତ ହେବା ପରେ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ଥଫା ଦେଇଥିଲେ। ଏହି ଆସନ ଲାଗି ଉପନିର୍ବାଚନ ହୋଇଥିଲା। ରାଜ୍ୟସଭା ଉପନିର୍ବାଚରେ ବିଜେଡି ନିରଞ୍ଜନ ବିଶିଙ୍କୁ ପ୍ରାର୍ଥୀ କରିଥିଲା।

Tags: #Politics #IndianPolitics #RajyaSabhaMember #NiranjanBisi #OathTakingCeremony

Comment