ଓଡ଼ିଶାଲାଇଭ୍ ବ୍ୟୁରୋ

ପରିବେଶ ସଂରକ୍ଷଣକୁ ଗୁରୁତ୍ୱ ଦେଇଆସୁଥିବା ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ କେନ୍ଦୁଝର ବନଖଣ୍ଡ ସହାୟତାରେ ଅନେକ ବର୍ଷ ପୁରୁଣା ୨୦୫ଟି ଶାଳ ଗଛକୁ ୨୦ ନଂ ଜାତୀୟ ରାଜପଥ ସ୍ଲରି ପାଇପ୍ ଲାଇନ ମାର୍ଗରୁ ସ୍ଥାନାନ୍ତର କରିଛି। ପ୍ରଥମ ପର୍ଯ୍ୟାୟ ସ୍ଥାନାନ୍ତର କାର୍ଯ୍ୟ ସପ୍ତାହକ ମଧ୍ୟରେ ସରିବ। ବିକାଶମୂଳକ ପ୍ରକଳ୍ପ ପାଇଁ ଗଛ କଟା ରୋକିବା ନିମନ୍ତେ ବୈଜ୍ଞାନିକ ଉପାୟରେ ଏହି ଗଛଗୁଡ଼ିକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଉଛି।

କେନ୍ଦୁଝର ଡିଏଫ୍ଓଏଚ୍ ଡି ଧନରାଜ କେନ୍ଦୁଝର ୱାଇଲ୍ଡ ଲାଇଫ୍ ଡିଭିଜନ, ଆନନ୍ଦପୁର ଡିଏଫ୍ଓ ଏ କେ ଶତପଥୀ, ଘଟଗାଁ ତହସିଲଦାର ଜନକ ନାୟକ, ଘଟଗାଁ ଆଇଆଇସି ସୁବ୍ରତ କୁମାର, କେନ୍ଦୁଝର ବନଖଣ୍ଡ ଏସିଏଫ୍ ଅଶୋକ ଦାସ ଏବଂ ଘନଶ୍ୟାମ ମହନ୍ତଙ୍କ ସମେତ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଲିମିଟେଡ୍ ପ୍ରତିନିଧିମାନେ ସ୍ଥାନାନ୍ତରର ପ୍ରଥମ ଦିନରେ ଉପସ୍ଥିତ ଥିଲେ।

କେନ୍ଦୁଝର ଜିଲ୍ଲା ବଡ଼ବିଲ ତହସିଲର ଗୋବର୍ଦ୍ଧନପୁରରେ ପ୍ରସ୍ତାବିତ ଗ୍ରାଇଣ୍ଡିଂ, ଡି-ସ୍ଲିମିଂ ପ୍ଲାଣ୍ଟ ଏବଂ ସ୍ଲରି ପମ୍ପିଂ ଷ୍ଟେସନରୁ ଜଗତସିଂହପୁରର ପାରାଦୀପଠାରେ ପ୍ରସ୍ତାବିତ ଇଣ୍ଟିଗ୍ରେଟେଡ ଷ୍ଟିଲ ପ୍ଲାଣ୍ଟକୁ ଲୁହାପଥର ଗୁଣ୍ଡ ପରିବହନ ନିମନ୍ତେ ଜେଏସଡବ୍ଲ୍ୟୁ ବିଶ୍ୱର ଅନ୍ୟତମ ବୃହତମସ୍ଲରୀ ପାଇପ୍ ଲାଇନ ସ୍ଥାପନ କରିବାକୁଯାଉଛି। କମ୍ପାନି ବନ ବିଭାଗ ଦ୍ୱାରା ଚିହ୍ନଟ ସ୍ଥାନ ସହ ଅନ୍ୟ ସ୍ଥାନରୁ ଶାଳ ଗଛ କାଟିବା ପରିବର୍ତ୍ତେ ଅନ୍ୟତ ସ୍ଥାନାନ୍ତର କରିବ।

Tags: #JSW #TreeTransfer #JSWUtkal #SalTree #EnvironmentConservation

Comment