ଓଡ଼ିଶାଲାଇଭ୍ ବ୍ୟୁରୋ

ସୁରକ୍ଷିତ ଏବଂ ଶୃଙ୍ଖଳିତ ରଥଯାତ୍ରା ନିମନ୍ତେ ପୁରୀରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପୁରୀ ଡିଜିପି ସୁନିଲ ବଂଶଲ ସମୀକ୍ଷା କରିଛନ୍ତି। ଆଗକୁ ପୁରୀରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଶାନ୍ତିଶୃଙ୍ଖଳା ସହ କିଭଳି ରଥଯାତ୍ରା ଅନୁଷ୍ଠିତ ସେ ନେଇ ବୈଠକରେ ଆଲୋଚନା କରାଯାଇଥିଲା।

ଚଳିତ ବର୍ଷ ପୁରୀରେ ରଥ ଯାତ୍ରାରେ ଭକ୍ତଙ୍କର ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି। ତେଣୁ ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ ସହ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯିବ। ଶ୍ରଦ୍ଧାଳୁମାନେ ଯେପରି ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରାରେ ବଡ଼ଠାକୁରଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ। କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରଥଯାତ୍ରା ସମୟରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଥିବା କହିଛନ୍ତି ଡିଜିପି ସୁନିଲ ବଂଶଲ।

ଘୋଷଯାତ୍ରା ସମୟରେ ପୁରୀରେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ସହ ବିରଷ୍ଠ ପୋଲିସ୍ ଅଧିକାରୀମାନେ ମୁତୟନ ରହିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଟ୍ରାଫିକ ନିୟମ ପାଳନ କରିବାକୁ ପୁରୀ ତଥା ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦେଇଛନ୍ତି ଡିଜିପି ସୁନିଲ ବଂଶଲ। ବୈଠକରେ ଡିଜିପିଙ୍କ ସହ ଅତିରିକ୍ତ ଡିଜିପି ରାଧାକ୍ରିଷ୍ଣା ଶର୍ମା, କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଏବଂ ଅନ୍ୟ ଅଧିକାରୀମାନେ ସାମିଲ ହୋଇଥିଲେ।

Tags: #Puri #Festival #RathaYatra #Meeting

Comment