ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ପୁଣି ମୁଣ୍ଡ ଟେକିଛି କୋଭିଡ। ଦିନକୁ ଦିନ କୋଡଭି ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିଛି। ଏହାରି ମଧ୍ୟରେ ଛାତ୍ରଛାତ୍ରୀଙ୍କ ଟିକାକରଣ ବଢ଼ାଇବା ଲାଗି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଗଣଶିକ୍ଷା ବିଭାଗକୁ ଚିଠି କରାଯାଇଛି।

ସ୍ଵାସ୍ଥ୍ୟ ବିଭାଗର ଚିଠି ପରେ ପିଲାଙ୍କ ଟିକାକରଣ କରିବାକୁ ତତ୍ପରତା ପ୍ରକାଶ କରିଛି ଶିକ୍ଷା ବିଭାଗ। ଖୁବଶୀଘ୍ର ସ୍କୁଲ ଏବଂ କଲେଜରେ ଛାତ୍ରଛାତ୍ରୀଙ୍କ ଟିକାକରଣକୁ ତ୍ଵରାନ୍ଵିତ କରାଯିବ ବୋଲି ମଙ୍ଗଳବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଛନ୍ତି।

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୧୩ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ କୋଭିଡ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରୁ ରହିଛନ୍ତି। ଖୋର୍ଦ୍ଧାରେ ୬୫ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକରୁ ୨୧ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସମ୍ବଲପୁରରୁ ୪ ଜଣଙ୍କୁ ଚିହ୍ନଟ କରାଯାଇଛି।

Tags: #Covid19 #CoronaVirus #Vaccination #Students #SchoolAndMassEducation

LEAVE A REPLY

Please enter your comment!
Please enter your name here