ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରରେ ମୁଣ୍ଡ ଟେକିଥିବା ରାଜନୈତିକ ସଙ୍କଟ ମଧ୍ୟରେ ବିଦ୍ରୋହୀ ବିଧାୟକଙ୍କୁ ମନେଇବା ପାଇଁ ପୁଣି ଏକ ପ୍ରୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଆପୋସ ଆଲୋଚନା କରି ନିଜ ନିଜ ଭିତରେ ରହିଥିବା ଦ୍ଵନ୍ଦ୍ଵକୁ ଦୂର କରିବାକୁ କହିଛନ୍ତି ଉଦ୍ଧବ ଠାକରେ।

ମହାରାଷ୍ଟ୍ରରେ ରାଜ୍ୟନୈତିକ ଅସ୍ଥିରତା ଦେଖାଦେଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଚୌକି ଏବେ ସଙ୍କଟରେ ରହିଛି। ମୁଖ୍ୟମନ୍ତ୍ରୀଙ୍କ ହାତ ଛାଡ଼ି ଅନେକ ବିଧାୟକ ଏକାଠି ହୋଇ ଦଳୀୟ କନ୍ଦଳକୁ ପଦାରେ ପକାଇଛନ୍ତି। ଅସନ୍ତୁଷ୍ଣ ବିଧାୟକମାନଙ୍କୁ ମନେଇବାକୁ ପୁଣି ଥରେ ଚେଷ୍ଟା କରିଛନ୍ତି ଉଦ୍ଧବ ଠାକରେ। ଉଦ୍ଧବ ଠାକରେ କହିଛନ୍ତି ପରସ୍ପର ମଧ୍ୟରେ ଆଲୋଚନା କରିବା ଦ୍ଵାରା ଯେଉଁସବୁ ସମସ୍ୟା ରହିଛି ତାହା ଦୂର ହୋଇପାରିବ। କେବଳ ଥରୁଟିଏ ବିଧାୟକମାନେ ଆଲୋଚନା କରିବାକୁ ରାଜି ହୋଇଯାଆନ୍ତୁ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, “ପରିବାରର ମୁଖିଆ ହିସାବରେ ମୋତେ ଆପଣମାନଙ୍କର ଚିନ୍ତା କରିବାକୁ ପଡ଼ୁଛି। ଆପଣମାନଙ୍କୁ ବନ୍ଦୀ କରି ଗୌହାଟିରେ ରଖାଯାଇଛି। ଆପଣମାନଙ୍କ ସମ୍ପର୍କରେ ପ୍ରତିଦିନ ନୂଆ ନୂଆ କଥା ଶୁଣିବାକୁ ମିଳୁଛି। ଆପଣମାନଙ୍କ ମଧ୍ୟରୁ ହିଁ ଜଣେ ମୋତେ ଯୋଗାଯୋଗ କରି ସମସ୍ତ ସୂଚନା ପ୍ରଦାନ କରୁଛନ୍ତି। ମୁଁ ଜାଣେ ଆପଣ ସମସ୍ତେ ହୃଦୟରୁ ଏବେବି ଶିବସେନା ସହିତ ଯୋଡ଼ିହୋଇ ରହିଛନ୍ତି”।

ବର୍ତ୍ତମାନ ବିଳମ୍ବ ହୋଇନାହିଁ। ଚାଲିଯାଇଥିବା ବିଧାୟକମାନେ ମୁମ୍ବାଇ ଆସି ତାଙ୍କ ସହ ଆଲୋଚନା କରି ନିଜ ନିଜ ଭିତରେ ରହିଥିବା ସମସ୍ତ ଦ୍ଵନ୍ଦ୍ଵ ଦୂର କରିବାକୁ କହିଛନ୍ତି ଉଦ୍ଧବ ଠାକରେ। ଏକାଠି ବସିଲେ ନିଶ୍ଚିତ ଭାବେ କୌଣସି ନା କୌଣସି ବାଟ ଫିଟି ପାରିବ ବୋଲି ସେ କହିଛନ୍ତି। ପୂର୍ବରୁ ଶିବସେନାରେ ଆପଣମାନଙ୍କର ଯେଉଁ ସମ୍ମାନ ଏବଂ ଯେଉଁ ସ୍ଥାନ ରହିଥିଲା ତାହା ସେହିଭଳି ଅକ୍ଷୁର୍ଣ୍ଣ ରହିଛି ବୋଲି ଉଦ୍ଧବ ଠାକରେ କହିଛନ୍ତି।।

ଏହା ପୂର୍ବରୁ ମଧ୍ୟ ଉଦ୍ଧବ ଠାକରେ ବିଦ୍ରୋହୀ ଥିବା ବିଧାୟକମାନଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ। ଘଣାଣରେ ଏକନାଥ ସିନ୍ଦେଙ୍କ ସହ କଥା ମଧ୍ୟ ହୋଇଥିଲେ ଖୋଦ ଉଦ୍ଧବ ଠାକରେ। ସେହି ସମୟରେ ଏକନାଥ ସିନ୍ଦେ ସଫା ସଫା କହିଦେଇଥିଲେ “କଥା ହେବା ପାଇଁ ଆଉ କିଛି ବାକିନାହିଁ”।

Tags: #Politics #IndianPolitics #ShivSena #UddhabThakrey #Maharastra #PoliticalCrisis

Comment