ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ଉପରାଷ୍ଟ୍ରପତି ନିର୍ବାଚନ ଆସନ୍ତା ଅଗଷ୍ଟ ୬ ତାରିଖରେ ଅନୁଷ୍ଠିତ ହେବ। ଉପରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ ସରିବା ପରେ ଫଳାଫଳ ସେହିଦିନ ପ୍ରକାଶିତ ହେବ।

ଆସନ୍ତା ଅଗଷ୍ଟ ୧୦ ତାରିଖରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ପୂର୍ଣ୍ଣ ହେବାକୁ ଯାଉଛି। ତେଣୁ ଏହି ପଦବୀ ପୂରଣ ପାଇଁ ଅଗଷ୍ଟ ୬ ତାରିଖରେ ନିର୍ବାଚନ ହେବ। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆସନ୍ତା ଜୁଲାଇ ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ କରାଯାଇପାରିବ।

ଆସନ୍ତା ଅଗଷ୍ଟ ୬ ତାରିଖ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନିର୍ବାଚନ ପ୍ରକ୍ରିୟା ଚାଲିବ। ମତଦାନ ପରେ ସେହିଦିନ ଭୋଟ ଗଣତି ହୋଇ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ ତାରିଖରେ ପୂର୍ଣ୍ଣ ହେବାକୁ ଥିବାରୁ ଏହାର ୪ ଦିନ ପୂର୍ବରୁ ନୂଆ ଉପରାଷ୍ଟ୍ରପତିଙ୍କ ନାଁ ଘୋଷଣା କରାଯିବ।

Tags: #Politics #IndianPolitics #VicePresidentElection #Election #Voting

Comment