ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ଫେରିଲା ମାସ୍କ କଟକଣା। ରାଜ୍ୟରେ କୋଭିଡ ସଂକ୍ରମଣ ପୁଣିଥରେ ଉପରମୁହାଁ ହେଉଥିବା ଦେଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପୁଣିଥରେ ମାସ୍କ କଟକଣାକୁ କଡ଼ାକଡ଼ି କରିଛି। ରାଜଧାନୀରେ ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି।

ଏହାସହିତ ୨ ମିଟର ସାମାଜିକ ଦୂରତ୍ୱ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି। ସପିଙ୍ଗ୍‌ ମଲ୍‌, ଦୋକାନରେ ସାମାଜିକ ଦୂରତ୍ୱ ରଖିବା ସହ ବାହାରେ ବାହାରେ ପାନ ଛେପ ନପକାଇବାକୁ ବିଏମସି ପରାମର୍ଶ ଦେଇଛି।

ସେହିପରି ନିୟମିତ ହାତ ଧୋଇବା ସହ କୋଭିଡ୍‌ର କୌଣସି ଲକ୍ଷଣ ଦେଖାଗଲେ ତୁରନ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ପରୀକ୍ଷା କରାଇନେବାକୁ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ଅନୁରୋଧ କରଛନ୍ତି।

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦ୍ୱିତୀୟ ଦିନ ଲାଗି ଦୈନିକ ସଂକ୍ରମଣ ଶହେ ଟପିଛି। ତେବେ କଟକ ଓ ଖୋର୍ଦ୍ଧାରୁ ହିଁ ସର୍ବାଧିକ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ତେଣୁ ଆଗକୁ କରୋନା ସ୍ଥିତିରେ ଗମ୍ଭୀର ହୋଇପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞାମାନେ ଆଶଙ୍କା କରିଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ବିଏମସି କଟକଣା କଡ଼ିକଡ଼ି କରିଛି।

Tags: #WearMask #SocialDistancing #Corona #Vaccination

Comment