ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠାରୁ ଆରମ୍ଭ ହୋଇଛି ପୁରୀର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଦୁଇ ବର୍ଷ ପରେ ଭକ୍ତ-ଭଗବାନଙ୍କ ମଧ୍ୟରେ ହେଉଛି ମହାମିଳନ। ମନ୍ଦିରରୁ ବାହାରି ବଡ଼ଦାଣ୍ଡରେ ଦର୍ଶନ ଦେଇଛନ୍ତି ତିନିଠାକୁର। ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ପବିତ୍ର ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।
ରଥଯାତ୍ରା ଅବସରରେ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରି ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ। ରଥଯାତ୍ରା ଆମ ସଂସ୍କୃତି ଏବଂ ପରମ୍ପରାରେ ଏକ ଗୁରୁତ୍ଵ ବହନ କରୁଛି ବୋଲି ସେ କହିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍ କି ବାତ’ରେ ରଥଯାତ୍ରାର ମହତ୍ତ୍ୱ ବାଣ୍ଟିଥିବା ଭିଡିଓକୁ ସେୟାର ମଧ୍ୟ କରିଛନ୍ତି।
Greetings on the special day of Rath Yatra. We pray to Lord Jagannath for his constant blessings. May we all be blessed with good health and happiness.
Sharing what I had spoken about the Rath Yatra and the importance of a Yatra in our culture during the recent #MannKiBaat. pic.twitter.com/RnREC22ACQ
— Narendra Modi (@narendramodi) July 1, 2022
ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜ୍ୟବାସୀଙ୍କୁ ପବିତ୍ର ଘୋଷଯାତ୍ରାର ଶୁଭେଚ୍ଛା ଏବଂ ଶୁଭକାମନା ଦେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଟୁଇଟ କରି ବିଶ୍ଵର କୋଣ ଅନୁକୋଣରେ ରହିଥିବା ଶ୍ରୀଜଗନ୍ନାଥ ପ୍ରେମୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି। ମହାପ୍ରଭୁଙ୍କ ଅପାର କୃପା ସମସ୍ତଙ୍କ ଉପରେ ଅତୁଟ ରହୁ ବୋଲି ରାଜ୍ୟପାଳ ବଡ଼ଠାକରଙ୍କୁ ପ୍ରାର୍ଥନା କରିଛନ୍ତି।
ପ୍ରସିଦ୍ଧ #ରଥଯାତ୍ରା ଅବସରରେ ମାନ୍ୟବର ରାଜ୍ୟପାଳ ବିଶ୍ୱର କୋଣ ଅନୁକୋଣରେ ଥିବା ଶ୍ରୀଜଗନ୍ନାଥପ୍ରେମୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି। ମହାପ୍ରଭୁଙ୍କ ଅପାର କୃପା ସମସ୍ତଙ୍କ ଉପରେ ଅତୁଟ ରହୁ ବୋଲି ସେ ପ୍ରାର୍ଥନା କରିଛନ୍ତି।#ରଥଯାତ୍ରା୨୦୨୨ #RathYatra #ଜୟଜଗନ୍ନାଥ pic.twitter.com/YO7clBmtsu
— Governor Odisha (@GovernorOdisha) July 1, 2022
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି। ମହପ୍ରଭୁ ଶ୍ରୀଗଜନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ଟୁଇଟ କରି ସମସ୍ତଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇବା ସହ କୋଭିଡ ନିୟମକୁ ପାଳନ କରି ମାସ୍କ ପରିଧାନ କରିବା ସହ ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରାରେ ସାମିଲ ହେବାକୁ ସମସ୍ତଙ୍କୁ ଆହ୍ଵାନ କରିଛନ୍ତି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କୋଭିଡ ନିୟମକୁ ଦୃଷ୍ଟିରେ ରଖି ମାସ୍କ ପରିଧାନ କରି ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରାରେ ସାମିଲ ହେବାକୁ ସେ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି।#ରଥଯାତ୍ରା୨୦୨୨ #RathaJatra2022 pic.twitter.com/avPRLA0tXh
— CMO Odisha (@CMO_Odisha) July 1, 2022
ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ବିଜେ ପରେ ଛେରା ପହଁରା ନୀତି ଅନୁଷ୍ଠିତ ହୋଇଥିଲା। ଏହା ପରେ ଆରମ୍ଭ ହୋଇଛି ରଥ ଟଣା କାର୍ଯ୍ୟ। ବଡ଼ଦାଣ୍ଡରେ ଗଡ଼ିଛି ମହାପ୍ରଭୁଙ୍କ ରଥ। ହରିବୋଲ, ହୁଳହୁଳି, ଘଣ୍ଟ ଘଣ୍ଟି ଏବଂ ଶଙ୍ଖ ନାଦରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର। ବଡ଼ଦାଣ୍ଡରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ରଥ ଗଡ଼ିଛି।
Tags: #Festival #RathYatra #ShreeGundicha #RathYatraWishes