ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ ଓ କିଶୋର କୁମାର ମହାପାତ୍ର): ମହା ଆଡ଼ମ୍ବରରେ ଆରମ୍ଭ ହୋଇଛି ପୁରୀର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ପୁରୀ ବ୍ୟତୀତ ବିଭିନ୍ନ ସ୍ଥାନରେ ମଧ୍ୟ ରଥଯାତ୍ରା ପାଳନ କରୁଛନ୍ତି ଜଗନ୍ନାଥ ପ୍ରେମୀ। ଏହି ଅବସରରେ ନୟାଗଡ଼ ଜିଲ୍ଲାରେ ମଧ୍ୟ ବହୁ ଆଡ଼ମ୍ବରରେ ପାଳିତ ହେଉଛି ରଥଯାତ୍ରା ଉତ୍ସବ।

କୋଭିଡ ମହାମାରୀ ଯୋଗୁଁ ଦୁଇବର୍ଷ ହେଲା ରଥଯାତ୍ରାରେ ସାମଲ ହେବାରୁ ବଞ୍ଚିତ ହୋଇଥିଲେ ଭକ୍ତ। ଚଳିତ ବର୍ଷ ରଥଯାତ୍ରା ଉତ୍ସବରେ ସାମିଲ ହେବାକୁ ଅନୁମତି ମିଳିଥିବାରୁ ହଜାର ହଜାର ଭକ୍ତ ନୟାଗଡ଼ ରଥଯାତ୍ରାରେ ସାମିଲ ହୋଇଛନ୍ତି। ରଥଯାତ୍ରା ସମୟରେ କୋଭିଡ ନିୟମ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଶ୍ରୀକ୍ଷେତ୍ର ପରି ନୟାଗଡ଼ ଜଗନ୍ନାଥ ଜିଉ ମନ୍ଦିରରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ଼ କରାଯାଇଥିଲା। ଏହା ପରେ ଆରମ୍ଭ ହୋଇଥିଲା ରଥଟଣା କାର୍ଯ୍ୟ। ନୟାଗଡ଼ ସହ ଆଖପାଖ ଅଞ୍ଚଳର ଭକ୍ତ ମଧ୍ୟ ଶ୍ରୀଗୁଣ୍ଡିଚା ଯାତ୍ରାରେ ସାମିଲ ହୋଇ ରଥଦଉଡ଼ି ଟାଣିଥିଲେ।ହରିବୋଲ, ହୁଳହୁଳି, ଖଣ୍ଟ, ଘଣ୍ଟି ଏବଂ ଶଙ୍ଖନାଦରେ ପ୍ରକମ୍ପିତ ହୋଇଛି ନୟାଗଡ଼। ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ।

Tags: #RathYatra #Festival #Culture #NayagarhRathYatra #ShreeGundicha

Comment