ଓଡ଼ିଶାଲାଇଭ୍ ବ୍ୟୁରୋ

ରତ୍ନବେଦୀରୁ ଯାଇ ଆଡ଼ପ ମଣ୍ଡପରେ ଚାଲିଛି ମହାପ୍ରଭୁଙ୍କର ନିତ୍ୟରାସ। ଜନ୍ମବେଦୀରେ ବିରାଜିତ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଭକ୍ତ। ଦୁଇ ବର୍ଷ ପରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି ଶ୍ରୀ କ୍ଷେତ୍ରକୁ। ସୋମବାର ଆଷାଢ ଶୁକ୍ଳ ପଞ୍ଚମୀ ତିଥିରେ ବନକଲାଗି ନୀତି ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ପରେ ଶ୍ରୀଜୀଉଙ୍କ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ। ଏହି କାରଣରୁ ୪ ଘଣ୍ଟା ବଡ଼ଠାକୁରଙ୍କ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ।

ରବିବାର ଦିନ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ବାହାରିଥିଲା। ଶ୍ରଦ୍ଧାଳୁମାନେ ମହାବାହୁଙ୍କ ଦର୍ଶନ କରିବା ସହ ଆଡ଼ପ ଅବଢ଼ା ପାଇବାର ସୌଭାଗ୍ୟ ପାଇଛନ୍ତି। ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବ୍ୟାରିକେଡରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ।

Tags: #Puri #RathYatra #ShreeKhetra #BanakalagiNeeti #AdapaMandap

Comment