ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରରେ ଫ୍ଲୋର ଟେଷ୍ଟରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ବହୁମତ ମିଳିଛି ଏକନାଥ ସିନ୍ଦେ ସରକାରଙ୍କୁ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମର୍ଥନରେ ୧୬୪ ବିଧାୟକ ଭୋଟ ଦେଇଛନ୍ତି।

ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅଗ୍ନି ପରୀକ୍ଷାରେ ବିଜୟୀ ହୋଇଛନ୍ତି। ବାଧାନସଭାରେ ତାଙ୍କୁ ବହୁମତ ମିଳିଛି। ସିନ୍ଦେଙ୍କୁ ୧୬୪ ଖଣ୍ଡ ଭୋଟ ମିଳିଥିବାବେଳେ ବିପକ୍ଷରେ ଯାଇଛି ୯୯ଟି ଭୋଟ। ପ୍ଲୋର ଟେଷ୍ଟ ପରେ ମହାରାଷ୍ଟ୍ର ବିଧାନସଭାରେ ଶ୍ରୀ ମରାଚନ୍ଦ୍ରଙ୍କ ଜୟ ଏବଂ ଭାରତ ମାତା କି ଜୟ ନାରା ଶୁଣିବାକୁ ମିଳିଥିଲା।

ଫ୍ଲୋର ଟେଷ୍ଟ ସମୟରେ ଅନେକ ବିଧାୟକ ଭୋଟ ଦେଇନଥିବା ଜଣାପଡ଼ିଛି। କିଛି ବିଧାୟକ ବିଧାନସଭାରେ ଥାଇ ମଧ୍ୟ ମତଦାନରେ ଅଂଶ ଗ୍ରହଣ କରିପାରିନଥିଲେ। ଆଜି ଉଦ୍ଧବ ଠାକରେଙ୍କ ଦଳର ଆଉ ଜଣେ ବିଧାୟକ ସନ୍ତୋଷ ବାଙ୍ଗଡ଼ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସପକ୍ଷରେ ଭୋଟ ଦେଇଥିଲେ।

ସନ୍ତୋଷ ବାଙ୍ଗଡ଼ ଆଜି ଉଦ୍ଧବ ଠାକରେଙ୍କ ଦଳ ଛାଡ଼ି ସିନ୍ଦେଙ୍କ ଦଳରେ ସାମିଲ ହୋଇଛନ୍ତି। ଏହା ସହିତ ପିଜାଣ୍ଟସ ଆଣ୍ଡ ଓ୍ଵାରକର୍ସ ପାର୍ଟି ଅଫ ଇଣ୍ଡିଆର ଶ୍ୟାମ ସୁନ୍ଦର ସିନ୍ଦେ ମଧ୍ୟ ଏକନାଥ ସିନ୍ଦେ ସରକାରଙ୍କ ସପକ୍ଷରେ ମତଦାନ କରିଛନ୍ତି। ମହାରାଷ୍ଟ୍ର ବିଧାନସଭା ଭୋଟିଂ ସମୟରେ ହୋହଲ୍ଲା ଦେଖିବାକୁ ମିଳିଥିଲା। ବିଧାୟକ ପ୍ରତାପ ସରନାୟକ ସିନ୍ଦେ ସରକାରଙ୍କୁ ଭୋଟ ଦେବା ସମୟରେ ଉଦ୍ଧବ ଠାକରେଙ୍କ ଦଳ ଇଡି ଇଡି କହି ନାରା ଦେଇଥିଲେ।

ବିଳମ୍ବରେ ବିଧାନସଭାରେ ପହଞ୍ଚିବାରୁ ଭୋଟ ଦେଇପାରିଲେନି କଂଗ୍ରେସର ଅଶୋକ ଗୌହ୍ଵାନ, ବିଜୟ ଭଡେଟ୍ଟିଓ୍ଵାର ଏବଂ ଏନସିପିର ଆନ୍ନା ବଂସୋଡେ ଓ ସଂଗ୍ରାମ ଜଗତାପ।

Tags: #Politics #MaharastraPolitics #FloorTest #CMEknathSinde #SindeWinsFloorTest

Comment