ଓଡ଼ିଶାଲାଇଭ୍ ବ୍ୟୁରୋ

ମୋଦୀଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ମୁଖତାର ଆବାସ ନକଭୀ। ବୁଧବାର ଦିନ ସେ ଇସ୍ତଫା ଦେଇଛନ୍ତି। ଆସନ୍ତା ଗୁରୁବାର ଦିନ ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବାରୁ ଆଜି ସେ ଇସ୍ତଫା ଦେଇଛନ୍ତି। ଦଳ ତାଙ୍କୁ କୌଣସି ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ସଂଖ୍ୟାଲଘୁ ବ୍ୟାପାର ବିଭଗ ଦାୟିତ୍ଵରେ ଥିଲେ ମୁଖତାର ଆବାସ ନକଭୀ। ମୁଖତାର ଆବାସ ରାଜ୍ୟସଭା ସଦସ୍ୟ ଥିଲେ।

କେନ୍ଦ୍ର ମନ୍ତ୍ରିମଣ୍ଡଳର ଦୁଇ ଜଣ ମନ୍ତ୍ରୀଙ୍କର କାର୍ଯ୍ୟକାଳ ଗୁରୁବାର ଦିନ ଶେଷ ହେବାକୁ ଯାଉଛି। ଏମାନଙ୍କ ମଧ୍ୟରେ ମୁଖତାର ଆବାସ ନକଭୀ ଓ ଆରସିପି ସିଂ ରହିଛନ୍ତି। ଏହି ଦୁଇ ନେତା ସଂସଦର କୌଣସି ଗୃହର ସଦସ୍ୟ ରହିବେ ନାହିଁ।

Tags: #Politics #IndianPolitics #Ministry #MukhtarAbbasNaqvi

Comment