ଓଡ଼ିଶାଲାଇଭ୍ ବ୍ୟୁରୋ

ମନ୍ତ୍ରିମଣ୍ଡଳରେ ବିଦ୍ରୋହ କାରଣରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଗୁରୁବାର ଦିନ ଇସ୍ତଫା ଦେଇଛନ୍ତି। ଦେଶବାସୀଙ୍କୁ ସମ୍ବୋଧନ କରି ନିଜ ଇସ୍ତଫା ବିଷୟରେ ଘୋଷଣା କରିଛନ୍ତି ବୋରିସ ଜନସନ। ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପର୍ଯ୍ୟନ୍ତ ସେ ଦାୟିତ୍ଵ ତୁଲାଇବେ।

ନିଜ ମନ୍ତ୍ରିମଣ୍ଡଳର ୪୧ ଜଣ ମନ୍ତ୍ରୀଙ୍କ ବିଦ୍ରୋହ ଯୋଗୁଁ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଦଳ ହେଉଛି କଞ୍ଜରଭେଟିଭ ପାର୍ଟି। ବ୍ରିଟେନରେ ଜାରି ରହିଥିବା କ୍ଷମତା ସଙ୍କଟକୁ ନେଇ ଦଳର ପ୍ରାୟ ୪୧ ଜଣ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ରୋରିସଙ୍କୁ ବିରୋଧ କରିବା ସହ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି।

ବୋରିସଙ୍କ ମନ୍ତିମଣ୍ଡଳରେ ଅର୍ଥମନ୍ତ୍ରୀ ଥିବା ତ୍ରୁଷି ସୁନକ ପ୍ରଥମେ ଇସ୍ତଫା ଦେଇଥିଲେ। ଏହାପରେ ଜଣକ ପରେ ଜଣେ ବୋରିସଙ୍କ ମନ୍ତ୍ରିମଣ୍ଡଳର ମନ୍ତ୍ରୀ ଇସ୍ତଫା ଦେଇଥିଲେ। କ୍ରିସ ପିଞ୍ଚରଙ୍କୁ ନିଯୁକ୍ତି ଦେବା ପରେ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀମାନେ ବିଦ୍ରୋହ ଆରମ୍ଭ କରିଥିଲେ। ଚଳିତ ବର୍ଷ ଫେବ୍ରୁଆରି ମାସରେ ଜନସନ କ୍ରିସ ପିଞ୍ଚଙ୍କୁ ଦଳର ଉପମୁଖ୍ୟ ହ୍ୱିପ୍ ଭାବେ ନିଯୁକ୍ତ କରାଯାଇଥିଲା। କିନ୍ତୁ ପିଞ୍ଚଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଖବର ପରେ ନିଜ ପଦରୁ ଇସ୍ତଫା ଦେଇଥିଲେ କ୍ରିସ ପିଞ୍ଚ।

ସୂଚନା ଅନୁସାରେ ବୋରିସ ଜନସନ ଇସ୍ତଫା ପରେ ଆସନ୍ତା ଅକ୍ଟୋବର ମାସରେ ନିର୍ବାଚନ ହୋଇ ନୂଆ ପ୍ରଧାନମନ୍ତ୍ରୀଙ୍କର ଚୟନ କରାଯିବ। ସେତେବେଳ ପର୍ଯ୍ୟନ୍ତ ବୋରିସ ଜନସନ ପ୍ରଧାନମନ୍ତ୍ରୀ ପଦବୀରେ ରହିବେ।

Tags: #Politics #InternationalPolitics #BritainPolitics #BorisJohnson

Comment