ଓଡ଼ିଶାଲାଇଭ୍ ବ୍ୟୁରୋ

ମହାପ୍ରଭୁ ଖାଇବେ ପୋଡ଼ ପିଠା। ବଡ଼ଠାକୁରଙ୍କ ରଥଯାତ୍ରା ସମୟରେ ମାଉସୀ ମା’ ମନ୍ଦିରରେ ପୋଡ଼ ପିଠା ଭୋଗ ହୋଇଥାଏ। ଆଉ ଗୋଟିଏ ଦିନ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ବାହୁଡ଼ା ଯାତ୍ରା। ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ ମହାପ୍ରଭୁ। ମହାପ୍ରଭୁଙ୍କ ଯାତ୍ରା ବେଳେ ପୋଡ଼ ପିଠା ଭୋଗ ଲାଗି ହେଉଥିବାରୁ ଏବେ ମାଉସୀ ମା’ ମନ୍ଦିରରେ ପୋଡ଼ପିଠା ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ସେବାୟତ।

ବିଭିନ୍ନ ପ୍ରକାରର ସୁବାସିତ ଦ୍ରବ୍ୟ ମିଶ୍ରଣରେ ପ୍ରସ୍ତୁତ କରାଯାଉଛି ପୋଡ଼ପିଠା। ଅଟ୍ଟା, ଚିନି, ଛେନା, ଘିଅ, ଲବଙ୍ଗ ଏବଂ ଅଳେଇଚର ମିଶ୍ରଣକୁ ରାତିସାରା ସିଝା ହୁଏ। ସକାଳୁ ସେସବକୁ ଶୀତଳ କରାଯାଇ ଖଣ୍ଡ ଖଣ୍ଡ କରି ଭଲ ଘିଅରେ ଛଣାଯାଏ ବୋଲି ମାଉସୀ ମା’ ମନ୍ଦିରର ପୂଜକ କହିଛନ୍ତି।

Tags: #Culture #Festival #Puri #RathYatra #PodaPitha #MausiMaaTemple

Comment