ଓଡ଼ିଶାଲାଇଭ୍ ବ୍ୟୁରୋ

ଶୁକ୍ରବାର ଦିନ ପବିତ୍ର ନବମୀ ତିଥି। ଆଜି ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅନ୍ତିମ ଦର୍ଶନ ଥିବାରୁ ଭକ୍ତଙ୍କ ପ୍ରବଳ ଭିଡ଼ ଜମୁଛି। ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ନବମୀ ଦର୍ଶନ ଅନୁଷ୍ଠିତ ହେଉଛି।

ଆସନ୍ତାକାଲି ବାହୁଡ଼ା ଯାତ୍ରା। ବାହୁଡ଼ା ଯାତ୍ରାକୁ ସୁରକ୍ଷିତ ଏବଂ ଶୃଙ୍ଖଳିତ କରିବା ପାଇଁ ନୀତିକାନ୍ତିକୁ ତ୍ୱରାନ୍ଵିତ କରିବା ଉଦ୍ଦେଶ୍ୟରେ ଆଜି ସନ୍ଧ୍ୟା ଦର୍ଶନ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। ଶେଷ ଦର୍ଶନ ସାରି ଶନିବାର ଦିନ ଚତୁର୍ଦ୍ଧା ମୂର୍ତ୍ତି ବାହୁଡ଼ା ଯାତ୍ରାରେ ପୁଣି ଶ୍ରୀମନ୍ଦିରକୁ ଫେରିବେ।

ବଡ଼ଠାକୁରଙ୍କର ଜନ୍ମ ବେଦୀରେ ଆଜି ଅନ୍ତିମ ଦର୍ଶନ ଥିବାରୁ ଭକ୍ତଙ୍କ ପ୍ରବଳ ଭିଡ଼ ଜମୁଛି। ଶୃଙ୍ଖଳିତ ଦର୍ଶନ ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟାରିକେଟ୍ କରାଯାଇ ଭକ୍ତଙ୍କୁ ଧାଡ଼ିରେ ଛଡ଼ାଯାଉଛି। ଅପରାହ୍ଣ ୪ଟା ପରେ ଦର୍ଶନ ବନ୍ଦ ହେବାକୁଥିବାରୁ ଭକ୍ତମାନେ ମହାପ୍ରସାଦ ପାଇଁ ନାକଚଣା ଦ୍ଵାର ଦେଇ ପ୍ରବେଶ କରିବେ। ପହୁଡ଼ ଆଳତି ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାହୁଟ କଣ୍ଟ, ଚାରବନ୍ଧା, କୁସୁମଲାଗି ନୀତି ଅନୁଷ୍ଠିତ ହେବ।

Tags: #Culture #OdishaCulture #RathYatra #NavamiDarshan #BahudaYatra

Comment