ଓଡ଼ିଶାଲାଇଭ୍ ବ୍ୟୁରୋ

ଜନ୍ମବେଦୀରୁ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡୁଛନ୍ତି ବଡ଼ଠାକୁର। ଶ୍ରୀମନ୍ଦିର ଫେରିବାକୁ ରଥ ପ୍ରସ୍ତୁତ ଭକ୍ତବି ପ୍ରସ୍ତୁତ। ଉଠୁଛି ପଡୁଛି ବଡ଼ଦାଣ୍ଡ। ୯ ଦିନର ଯାତ୍ରାପରେ ବଡ଼ ଦେଉଳକୁ ଫେରୁଛନ୍ତି କାଳିଆ ସାଆନ୍ତ। ସାଙ୍ଗରେ ଅଛନ୍ତି ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶ। ଆଜି ପବିତ୍ର ବାହୁଡ଼ା ଯାତ୍ରା।

ବର୍ଷା ସତ୍ୱେ ବଡ଼ଠାକୁରଙ୍କ ବାହୁଡ଼ା ଯାତ୍ରାରେ ସାମିଲ ହେବାକୁ ଭକ୍ତଙ୍କ ଭିଡ଼ ଜମିଛି। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା’ ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରାଯାଇଛି। ପରେ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କୁ ପହଣ୍ଡିରେ ଗୁଣ୍ଡିଚା ମନ୍ଦିରରୁ ରଥାରୁଢ଼ ପାଇଁ ଅଣାଯିବା ପରେ ଭଉଣୀ ସୁଭଦ୍ରାଙ୍କୁ ଧାଡ଼ି ପହଣ୍ଡିରେ ରୁଢାରୁଣ କରାଯାଇଛି।

ଭାଇ ଭଉଣୀଙ୍କ ପହଣ୍ଡି ବିଜେ ପରେ ଶେଷରେ କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି। ଟାହିଆ ସୁଶୋଭିତ ହୋଇ ବଡ଼ଠାକୁର ଭକ୍ତଙ୍କ ଗହଳରେ ଝୁଲିଝୁଲି ଗୁଣ୍ଡିଚାଘରୁ ଆସିଛନ୍ତି। ବଳଭଦ୍ରଙ୍କ ପରେ ଗୁଣ୍ଡିଚା ମନ୍ଦିରରୁ ପହଣ୍ଡିରେ ବାହାରିଥିଲେ ମା’ ସୁଭଦ୍ରା। ବଡ଼ଭାଇ ବଳଦେବଙ୍କ ପରେ ପରେ ଭଉଣୀ ସୁଭଦ୍ରା ‘ଦେବଦଳନ’ ରଥରେ ରଥାରୁଢ଼ ପାଇଁ ଧାଡ଼ି ପହଣ୍ଡିରେ ବାହାରିଥିଲେ। ଶେଷରେ ଜଗନ୍ନାଥଙ୍କୁ ରଥାରୁଢ଼ କରାଯାଇଛି।

ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ପୁରୀରେ ସମାଗମ ହୋଇଛନ୍ତି। ଶ୍ରୀ ଗୁଣ୍ଡିଚା ଯାତ୍ରା ଦିନ ପରି ମହାପ୍ରଭୁଙ୍କ ପରମ ସେବକ ଗଜପତି ମହାରାଜ ତିନି ରଥକୁ ଛେରା ପହଁରା ଶେଷ କରିବା ପରେ ରଥ ନିର୍ଦ୍ଦେଶକଙ୍କ ପରାମର୍ଶ କ୍ରମେ ରଥଟଣା ଆରମ୍ଭ ହେବ।

Tags: #Culture #OdishaCulture #RathYatra #BahudaYatra #Puri

Comment