ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ମୌସୁମୀ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ। ଏହି ଅଧିବେଶନ ଆସନ୍ତା ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ସରକାରଙ୍କ ସମସ୍ତ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସହିତ ବ୍ୟୟ ମଞ୍ଜୁରୀ ବିଧେୟକ ପାରିତ ହେବାର କାର୍ଯ୍ୟକ୍ରମ ରହିଛି। ଆଜି ପ୍ରଥମ ଦିନରେ ବିଭାଗୀୟ ଷ୍ଟାଡିଂ କମିଟିଗୁଡ଼ିକର ରିପୋର୍ଟ ଗୃହରେ ଉପସ୍ଥାପନ କରାଯିବ।

ଜୁଲାଇ ୧୪ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗୱାରୀ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ। ଜୁଲାଇ ୩୦ ତାରିଖରେ ୨୦୨୨-୨୩ ବଜେଟ ଉପରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବାର କାର୍ଯ୍ୟକ୍ରମ ରହିଛି। ଗୃହ କାର୍ଯ୍ୟକୁ ଶାନ୍ତି ଶୃଙ୍ଖଳା ଓ ସ୍ୱାଭାବିକ ଭାବେ ପରିଚାଳନା କରିବା ପାଇଁ ସମସ୍ତ ବିଧାୟକଙ୍କ ସହଯୋଗ ଲୋଡିଛନ୍ତି ବିଧାନସଭାର ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ।

ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଗୃହରେ ତୁମ୍ବି ତୋଫାନ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ମଧ୍ୟ ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗ ଉଠିବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଚାଷୀ, ଦରଦାବ ବୃଦ୍ଧି, ଶିକ୍ଷା ଏବଂ ଆଇନଶୃଙ୍ଖଳା ଆଦି ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀ ଘେରିପାରନ୍ତି ବୋଲି ଶୁଣିବାକୁ ମିଳୁଛି।

Tags: #Assembly #OdishaAssembly #MonsoonSession

LEAVE A REPLY

Please enter your comment!
Please enter your name here