ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାର ଦିନ ରାଷ୍ଟ୍ରପତି ନିର୍ବାଚନ। ସକାଳ ୧୦ଟାରୁ ରାଷ୍ଟ୍ରପତି ନିର୍ବାଚନ ଲାଗି ଜାରି ରହିଛି ଭୋଟ ଗ୍ରହଣ। ଏହା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦ ଭବନ ଏବଂ ବିଧାନସଭାରେ ପ୍ରସ୍ତୁତି କରାଯାଇଛି। ଓଡ଼ିଶା ବିଧାନସଭାରେ ରାଷ୍ଟ୍ରପତି ନିର୍ବାଚନ ଲାଗି ବ୍ୟବସ୍ଥା ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଭୋଟ ଦେଇଛନ୍ତି।

ପୂର୍ବ ଘୋଷଣା ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନଡିଏ ପ୍ରାର୍ଥୀ ତଥା ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବା ଜଣାପଡ଼ିଛି। ନିଜର ଭୋଟ ଓଡ଼ିଶା ମାଟିର ଝିଅଙ୍କୁ ଦେବା ସୌଭାଗ୍ୟର ବିଷୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ନବୀନ ପଟ୍ଟନାୟକ ରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ କରିବା ସହ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଆଜି ରାଷ୍ଟ୍ରପତି ନିର୍ବାଚନ ଲାଗି ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଆସନ୍ତା ୨୧ ତାରିଖରେ ଭୋଟ ଗଣତି ହୋଇ ଫଳଫଳ ପ୍ରକାଶ ପାଇବ। ଆସନ୍ତା ଜୁଲାଇ ୨୫ ତାରିଖରେ ଦେଶର ନୂଆ ରାଷ୍ଟ୍ରପତି ଶପଥ ନେବେ।

Tags: #Politics #Election #PresidentialElection #CMNaveenPatnaik #Voting

Comment