ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ରାଷ୍ଟ୍ରପତି ନିର୍ବାଚନ। ସକାଳ ୧୦ଟାରୁ ରାଷ୍ଟ୍ରପତି ନିର୍ବାଚନ ଲାଗି ଜାରି ରହିଛି ଭୋଟ ଗ୍ରହଣ। ଏହା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ସୋମବାର ଦିନ ରାଷ୍ଟ୍ରପତି ନିର୍ବାଚନ ଲାଗି ସଂସଦ ଭବନରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟ ଦେଇଛନ୍ତି। ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଧାନମନ୍ତ୍ରୀ ଭୋଟ ଦେବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ଲାଗି ଭୋଟ ଦେଇଛନ୍ତି। ରାଷ୍ଟପ୍ରତି ନିର୍ବାଚନ ଲାଗି ସଂସଦ ଭବନ ଏବଂ ଦେଶର ବିଭିନ୍ନ ରାଜ୍ୟର ବିଧାନସଭାରେ ମତଦାନ ନିମନ୍ତେ ବ୍ୟବସ୍ଥା ହୋଇଛି। ନିଜ ନିଜ ରାଜ୍ୟର ବିଧାନସଭାରେ ବିଧାୟକମାନେ ଭୋଟ ଦେଉଛନ୍ତି। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌରେ ଭୋଟ୍‌ ଦେଇଥିବା ଜଣାପଡ଼ିଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ନିଜର ମତ ସାବ୍ୟସ୍ତ କରିଛନ୍ତି। 

ଆଗାମୀ ୨୧ ତାରିଖ ଦିନ ସଂସଦ ଭବନରେ ଭୋଟ ଗଣତି ହୋଇ ସେହି ଦିନ ହିଁ ନୂଆ ରାଷ୍ଟ୍ରପତିଙ୍କ ନାଁ ଘୋଷଣା କରାଯିବ। ଜୁଲାଇ ୨୫ ତାରିଖରେ ଶପଥ ନେବେ ଦେଶର ନୂଆ ରାଷ୍ଟ୍ରପତି। ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ୨୪ ତାଖରେ ଶେଷ ହେବାକୁ ଥିବାରୁ ଏହା ପୂର୍ବରୁ ଆଜି ରାଷ୍ଟ୍ରପତି ନିର୍ବାଚନ ଲାଗି ଭୋଟ ଗ୍ରହଣ ଚାଲିଛି।

Tags: #Politics #IndianPolitics #Election #PresidentialElection #PMNarendraModi #Vote

Comment