ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରେଣୀ ଗୃହରେ ବର୍ଷା ପାଣି ଜମିବାରୁ ସ୍କୁଲ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଆଉଁଳି ପଞ୍ଚାୟତର ବରଗାଁ ପ୍ରାଥମିକ ବିଦ୍ୟାଳୟରେ।

ବହୁ ବର୍ଷ ତଳେ ନିର୍ମାଣ ହୋଇଥିବା ଆଜବେଷ୍ଟସ ବିଦ୍ୟାଳୟର ମରାମତି କରାଯାଇନଥିବାରୁ ସାମାନ୍ୟ ବର୍ଷା ହେଲେ ଶ୍ରେଣୀ ଗୃହରେ ପାଣି ଜମି ରହୁଛି।ଏବେ ରାଜ୍ୟରେ ଲାଗି ରହିଥିବା ବର୍ଷା ଯୋଗୁଁ ବରଗାଁ ପ୍ରଥମିକ ବିଦ୍ୟାଳୟର ଅବସ୍ଥା କହିଲେ ନସରେ। ବର୍ତ୍ତମାନ ଶ୍ରେଣୀ ଗୃହରେ ପାଣି ଜମିଥିବାରୁ ଏବେ ବାରଣ୍ଡରେ ବସି ପିଲେ ପାଠପଢ଼ିବା ସହ ସ୍କୁଲ ପଡ଼ିଆରେ ବସି ମଧ୍ୟାହ୍ନ ଭୋଜନ ଖାଉଛନ୍ତି।

ପୂର୍ବରୁ ବାରମ୍ବାର ବିଦ୍ୟାଳୟର ମରାମତି କରିବାକୁ ଗ୍ରାମବାସୀ ସ୍ଥାନୀୟ ବିଡ଼ିଓ, ସରପଞ୍ଚ ଓ ଅନ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୮୯ ଛାତ୍ରଛାତ୍ରୀ ପାଠପଢ଼ୁଛନ୍ତି। ଦୁଇ ଜଣ ଶିକ୍ଷକ ରହିଛନ୍ତି। ତୁରନ୍ତ ବରଗାଁ ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Tags: #School #Student #Problem #Study

Comment