ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାର ଦିନ ରାଷ୍ଟ୍ରପତି ନିର୍ବାଚନ। ସକାଳ ୧୦ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଆସନ୍ତା ୨୧ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ଏଥର ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧୀଙ୍କ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କ ମଧ୍ୟରେ ଟକ୍କର ହେଉଛି। ଅସନ୍ତା ୨୧ ତାରିଖରେ ଜଣାପଡ଼ିବ କିଏ ବାଜି ମାରିଲେ ଆଉ କିଏ ହାରିଲେ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦ ଭବନ ଏବଂ ବିଧାନସଭାରେ ପ୍ରସ୍ତୁତି କରାଯାଇଛି। ବିଧାୟକମାନେ ନିଜ ନିଜ ରାଜ୍ୟର ବିଧାନସଭାରେ ଭୋଟ୍ ଦେବେ। ଏନଡିଏ ସମେତ ବିଜେଡି, ଜେଏମ୍ଏମ୍, ଶିବସେନା, ଟିଡିପି, ଓ୍ଵାଇଏସଆର କଂଗ୍ରେସ, ବିଏସ୍‌ପି, ଅକାଳୀ ଦଳ, ଏଲ୍‌ଜେପି-ରାମବିଳାସ ପାର୍ଟି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇଥିବାବେଳେ ବିରୋଧୀଙ୍କ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରୁଛନ୍ତି କଂଗ୍ରେସ, ଟିଏମସି, ଏନସିପି, ସିପିଆଇ/ସିପିଏମ, ଆମ ଆଦମୀ ପାର୍ଟି, ଡିଏମକେ, ଆରର୍‌ଜେଡି, ସମାଜବାଦୀ ପାର୍ଟି, ନ୍ୟାସନାଲ କନଫରେନସ, ପିଡିପି, ରାଷ୍ଟ୍ରୀୟ ଲୋକ ଦଳ, ଆରଏସପି, ଆଇୟୁଏଲଏଲ, ଟିଆରଏସ ଭଳି ରାଜନୈତିକ ଦଳ।

ଆଜି ରାଷ୍ଟ୍ରପତି ନିର୍ବାଚନ ପରେ ଜୁଲାଇ ୨୧ ତାରିଖରେ ଭୋଟି ଗଣତି କରି ଫଳାଫଳ ଘୋଷଣା କରାଯିବ। ଆସନ୍ତା ୨୫ ତାରିଖରେ ଶପଥ ନେବେ ଦେଶର ନୂଆ ରାଷ୍ଟ୍ରପତି।

Tags: #Politics #IndianPolitics #Election #PresidentialElection

Comment